ମୃତକଙ୍କ ପରିବାରକୁ ସହାୟତା
ସାଲେପୁର: ସାଲେପୁର ବ୍ଲକ୍ ବାହାବଳପୁର ଗ୍ରାମର ଷ୍ଟେଟ୍ ବ୍ୟାଙ୍କ୍ ସାଲେପୁରର ଗ୍ରାହକ ସେବା କେନ୍ଦ୍ରର ପରିଚାଳିକା ବିଜୟଲକ୍ଷ୍ମୀ ରାଉତଙ୍କ ମୃତୁ୍ୟରେ କଟକ ଜିଲ୍ଲା ଗ୍ରାହକ ସେବା ପରିଚାଳକ ସଂଘ ପକ୍ଷରୁ ଗଭୀର ଶୋକ ପ୍ରକାଶ କରିବା ସହ ମୃତ ବିଜୟଲକ୍ଷ୍ମୀ ରାଉତଙ୍କ ପରିବାରକୁ ତାଙ୍କର ଏକାଦଶାହ ଅବସରରେ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଉନ୍ନୟନର ସଭାପତି ପ୍ରମୋଦ କୁମାର ସ୍ୱାଇଁ, ସଂପାଦକ ଅନୁପ କୁମାର ମଲ୍ଲ, କୋଷାଧ୍ୟକ୍ଷ ହରପ୍ରସାଦ ଶତପଥି, ପ୍ରଦୀପ୍ତ ନାଥ, ଅକ୍ଷୟ କୁମାର ସାହୁ, ସ୍ମୃତିରଂଜନ ପାଣି, ତପନ ତରାଇଙ୍କ ସମେତ ୟୁନିୟନର ସମସ୍ତ ସଭ୍ୟମାନେ ବାହାବଳପୁରସ୍ଥିତ ତାଙ୍କ ବାସଭବନରେ ପହଞ୍ଚô ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇବା ସହ ତାଙ୍କ ମା’ଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଏହି ଅବସରରେ ମୃତ ବିଜୟଲକ୍ଷ୍ମୀଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ୟୁନିୟନ୍ ପକ୍ଷରୁ ଦାବି ହୋଇଛି ।