ହୋଟେଲ ଓ ଢାବାରେ ଘରୋଇ ସିଲିଣ୍ଡର ବ୍ୟବହାର, କାର୍ଯ୍ୟାନୁଷ୍ଠାନ କେବେ?
ଖଣ୍ଡପଡ଼ା : ଖଣ୍ଡପଡା ସହର ସମେତ ଖଳିସାହି, ବାହାଡା, କଣ୍ଟିଲୋ, ସିଧାମୂଳା ଓ ଆଖପାଖ ଅଞ୍ଚଳରେ ଅବସ୍ଥିତ ହୋଟେଲ, ଜଳଖୁଆ ଦୋକାନ ଓ ଢାବା ଗୁଡ଼ିକରେ ଘରୋଇ ଗ୍ୟାସ ସିଲିଣ୍ଡର ବହୁଳ ମାତ୍ରାରେ ବ୍ୟବହାର ହେଉଥିବା ନଜରକୁ ଆସୁଛି । ରାସ୍ତା ପାର୍ଶ୍ୱରେ ଥିବା ଉଠା ଦୋକାନ ସମେତ ଫାଷ୍ଟଫୁଡ୍ ଓ ଚା ଦୋକାନରେ ଘରୋଇ ଗ୍ୟାସ ସିଲିଣ୍ଡର ବେଫିକର ଭାବେ ବ୍ୟବହୃତ ହେଉଥିବା ଜଣାପଡିଛି । ବିଭିନ୍ନ ଗ୍ୟାସ ଏଜେନ୍ସି ସଂସ୍ଥାର କର୍ମଚାରୀମାନେ ବ୍ୟବସାୟୀଙ୍କ ଠାରୁ ଗ୍ୟାସ ସିଲିଣ୍ଡର ପିଛା ଅଧୂକ ଟଙ୍କା ନେଇ ସେମାନଙ୍କୁ ଏକ ସମୟରେ ଏକାଧିକ ଘରୋଇ ଗ୍ୟାସ୍? ଟାଙ୍କି ଯୋଗାଇ ଦେଉଥ?ିବା ନେଇ ସାଧାରଣରେ ଅଭିଯୋଗ ଉଠିଛି । ଫଳରେ ସମୟେ ସମୟେ ବିଭିନ୍ନ ଗ୍ୟାସ୍ ଏଜେନ୍ସି ନିକଟରେ ଘରୋଇ ଗ୍ୟାସ ସିଲିଣ୍ଡରର ଅଭାବ ପରିଲକ୍ଷିତ ହେଉଥିବା ଜଣାପଡିଛି ।ଏପରିକି ଜାଳେଣି ଗ୍ୟାସ ବ୍ୟବହାର କରୁଥିବା ଉପଭୋକ୍ତାମାନେ ଜରୁରୀକାଳୀନ ପରିସ୍ଥିତିରେ ଆବଶ୍ୟକୀୟ ଗ୍ୟାସ ସିଲିଣ୍ଡର ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି । ଜିଲ୍ଲା ଯୋଗାଣ ବିଭାଗ ଏ ସମ୍ପର୍କରେ ଅବଗତ ଥିଲେ ହେଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ନୀରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହୋଇଛି । ଖଣ୍ଡପଡା ବ୍ଲକ୍ ଯୋଗାଣ ନୀରିକ୍ଷକ, ଜିଲ୍ଲା ଯୋଗାଣ ଅଧିକାରୀ ଓ ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ଖଣ୍ଡପଡା ଅଞ୍ଚଳର ଜନସାଧାରଣ ଦାବି କରିଛନ୍ତି ।