ମୃତ ଯୁବକଙ୍କ ଶବଦାହ କଲେ ଗ୍ରାମବାସୀ

 ସୁକିନ୍ଦା : ଅନୁଗୁଳ ସୁକିନ୍ଦା ରେଳପଥର ମଙ୍ଗଳପୁର ଗ୍ରାମ ନିକଟରେ ରେଳ ଦୁର୍ଘଟଣାରେ ଜଣେ ଯୁବକର ମୃତୁ୍ୟ ଘଟିଥିଲା । ମୃତ ଯୁବକ ସୁକିନ୍ଦା ଥାନା ଅନ୍ତର୍ଗତ ଦାମୋଦରପୁର ଗ୍ରାମ ବିନୟ ବେହେରା  ହୋଇଥିବା େବେଳ ରବିବାର ରାତିରେ କିଛି ସ୍ଥାନୀୟ ଗ୍ରାମବାସୀ ଶୌଚ ପାଇଁ ସେହି ଅଞ୍ଚଳକୁ ଯାଉଥିବା ବେଳେ ମୃତଦେହ ପଡ଼ିଥିବା ଦେଖିଥିଲେ । ସଂପୃକ୍ତ ଯୁବକର କେହି ନିଜଲୋକ ନଥିବାରୁ ରେଳ କର୍ମଚାରୀଙ୍କୁ ସୂଚନା ଦେଇଥିଲେ । ଦୀର୍ଘ ସମୟ ଧରି ମୃତଦେହ ନିକଟକୁ କେହି ନଆସିବାରୁ ଯୁବକର ଶେଷକୃତ୍ୟ କରିବାକୁ ଉଚିତ୍ ମଣିଥିଲେ କିଛି ଗ୍ରାମବାସୀ । ଶେଷରେ ଗ୍ରାମ ମଶାଣିରେ ଶେଷକୃତ୍ୟ ସଂପନ୍ନ ହୋଇଥିଲା । ଏହି ଘଟଣାରେ ରେଳ ବିଭାଗ କିମ୍ବା ସ୍ଥାନୀୟ ପୁଲିସଙ୍କ ଦାୟିତ୍ୱହୀନତା ପଦାରେ ପକାଇ ଦେଇଛି ।