ରେଡକ୍ରସ୍ ଶିବିର ଉଦ୍ଘାଟିତ
ଗୋଲାମୁଣ୍ଡା : କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା ସ୍ଥିତ ସର୍ବ ମଙ୍ଗଳା ଡିଗ୍ରୀ ମହାବିଦ୍ୟାଳୟଠାରେ ଜିଲ୍ଲା ସ୍ତରୀୟ ଯୁବ ରେଡକ୍ରସ୍ ଶିକ୍ଷା ଓ ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଶରତ କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ତ୍ରି-ଦିବସୀୟ ଶିବିରରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ଯୁବ ରେଡକ୍ରସ୍ ଆବାହକ ସଂପାଦକ ସଂଜିବ କୁମାର ସାହୁ , ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ କବି ଓ ଗବେଷକ ସତ୍ୟ ନାରାୟଣ ମୁଣ୍ଡଛିନା ଯୋଗଦେଇ ଶିବିରାର୍ଥିମାନଙ୍କୁ ଯୁବ ରେଡକ୍ରସର ଆଦର୍ଶରେ ଅନୁପ୍ରାଣୀତ ହେବା ପାଇଁ ଆହ୍ୱାନ ଦେଇଥିଲେ । ଜିଲ୍ଲା ସଂଯୋଜକ ଶାନ୍ତନୁ କୁମାର ପରିଡ଼ା ଶିବିରର ଉଦେ୍ଦଶ୍ୟ ଓ ନିୟମାବଳୀ ବିଷୟରେ ଆଲୋକପାତ କରିଥିଲେ । ମହାବିଦ୍ୟାଳୟର ଯୁବ ରେଡକ୍ରସ୍ ପରାମର୍ଶଦାତା ଗୋବିନ୍ଦ ସାହୁ ମଞ୍ଚ ସଂଯୋଜନା କରିଥିଲେ । ଉପାଧ୍ୟକ୍ଷ ନବୀନ ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଶିବିରରେ ଧର୍ମଗଡ଼ ଉପଖଣ୍ଡର ବିଭିନ୍ନ ମହାବିଦ୍ୟାଳୟର ଶତାଧିକ ପରାମର୍ଶଦାତା ଓ ସ୍ୱଚ୍ଛାସେବୀ ଛାତ୍ରଛାତ୍ରୀ ଯୋଗ ଦେଇଛନ୍ତି । ଏହି ତ୍ରି ଦିବସୀୟ ଶିବିରରେ ରେଡକ୍ରସର ଇତିହାସ, ବିକାଶ ,ଚିହ୍ନ ମୌଳିକ ନୀତି, ରକ୍ତଦାନର ଆବଶ୍ୟକତା ଓ ମହତ୍ତ୍ୱ, ପ୍ରାଥମିକ ଚିକିସôା, ଜଳବାୟୁ ପରିବର୍ତ୍ତନ, ସାମାଜିକ ପରିବର୍ତ୍ତନରେ ସ୍ୱଛାସେବୀଙ୍କ ଭୂମିକା, ମହିଳା ସଶକ୍ତିକରଣ, ସଡ଼କ ସୁରକ୍ଷା, ବିପର୍ଯ୍ୟୟ ପରିଚାଳନା, ଅଗ୍ନି ନିରାପତ୍ତା, ସାଇବର ନିରାପତ୍ତା, ଯୋଗ ଓ ପ୍ରାଣାୟାମ ବିଷୟରେ ପ୍ରଶିକ୍ଷଣ ଦିଆଯିବ ଓ ଶିବିରାର୍ଥି ମାନଙ୍କ ମଧ୍ୟରେ ପ୍ରବନ୍ଧ, ତର୍କ, ଚିତ୍ରାଙ୍କନ, ସାଧାରଣ ଜ୍ଞାନ, ସଙ୍ଗୀତ ଓ ନୃତ୍ୟ ପ୍ରତିଯୋଗିତା ଆୟୋଜନ ହେବ । ଶିବିରର ଦ୍ୱିତୀୟ ଦିବସରେ ଏକ ରକ୍ତଦାନ ଶିବିର ଆୟୋଜନ ହେବା ପାଇଁ ସ୍ଥିର କରାଯାଇଛି । ଶିବିରରର ପରିଚାଳନାରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା , କର୍ମଚାରୀ, ସ୍ୱଚ୍ଛାସେବୀ ଛାତ୍ର ଛାତ୍ରୀମାନେ ସହଯୋଗ କରୁଥିବା ଜଣାଯାଇଛି ।