ଫୋର୍ଟିଫାଇଡ ଚାଉଳର ମାନ ନିର୍ଦ୍ଧାରଣ
ଆସିକା : ରାଜ୍ୟ ସରକାର ପ୍ରଦତ୍ତ ଫୋର୍ଟିଫାଇଡ ଚାଉଳର ମାନ ନିର୍ଦ୍ଧାରଣ କରିବା ନିମନ୍ତେ ଆସିକା ବ୍ଳକର ବିଭିନ୍ନ ସ୍ଥାନରେ ରାଜ୍ୟରୁ ଆସିଛନ୍ତି ଦୁଇ ଅଧିକାରୀ । ରାଜ୍ୟ ସରକାରଙ୍କ ଓଡିଶା କୃଷି ବୈଷୟିକ ବିଶ୍ୱ ବିଦ୍ୟାଳୟର ପ୍ରଫେସର ଅନିତା ପାତ୍ର, ୟୁନିସେଫର ଫୁଡ ଏକ୍ସପାର୍ଟର ରାଜ୍ୟ ସଂଯୋଜକ ମନୋଜ ଜେଠୁଆ, ଦୁଇ ଅଧିକାରୀ ଆସିକାରେ ପହଁଞ୍ଚô ଥିଲେ । ସେଠାରୁ ଚେରମାରିଆ ଅଙ୍ଗନବାଡି କେନ୍ଦ୍ର, କର୍ଣ୍ଣଳି ରେ ଥିବା କେନ୍ଦ୍ରୀୟ ପଣ୍ୟଗାର, କାଳଷଣ୍ଢପୁରର ଉନ୍ନୀତ ଉଚ୍ଚÿ ପ୍ରାଥମିକ ବିଦ୍ୟାଳୟ, କାଳଷଣ୍ଢପୁରର ଗ୍ରାମପଞ୍ଚାୟତର ଚାଉଳ ଗୋଦାମ ବୁଲି ସ୍ତିସ୍ଥି ପରିଖି ଫେରିଛନ୍ତି । ଆସିକା ସମନ୍ୱିତ ଶିଶୁ ବିଭାଗ ପ୍ରକଳ୍ପ ଦ୍ୱାରା ପରିଚାଳିତ ଚେରମାରିଆ ଅଙ୍ଗନବାଡି କେନ୍ଦ୍ର ପହଁଞ୍ଚô ପ୍ରାକ ବିଦ୍ୟାଳୟରେ ରନ୍ଧା ଖାଦ୍ୟ,ଚାଉଳର ମାନ, ଚାଉଳ ରହୁଥିବା ଗଛିତ ସୁରକ୍ଷିତ ସ୍ଥାନ, ପିଲାମାନଙ୍କ ହାତ ଧୁଆ କୌଶଳ ଉପରେ ତନଖି କରିଥିଲେ । ଅଙ୍ଗନବାଡି କର୍ମୀଙ୍କୁ ଅଧିକ ଦକ୍ଷତା ବୃଦ୍ଧି ଉପରେ ପରାମର୍ଶ ପ୍ରଦାନ କରିଥିଲେ । ଏହାପରେ କର୍ଣ୍ଣଳି ସ୍ଥିତ କେନ୍ଦ୍ରୀୟ ପଣ୍ୟଗାରରେ ପହଁଞ୍ଚô ଗଛିତ ଚାଉଳରେ ଯାହା ଆଇରନ୍, ଫଲିକ ଏସିଡ୍, ଏବଂ ଭିଟାମିନ୍ ବି -୧୨,ପରି ଇଣ୍ଟେଣ୍ଟି ଅପିକ୍ସିକ ମାଇକ୍ରୋମିସୋରୀ ସହିତ ସମୃଦ୍ଧ ହୋଇଥିବା ଦେଖିଥିଲେ । ସେହି ଠାରୁ ଆସି କାଳଷଣ୍ଢପୁରର ଗ୍ରାମ ପଞ୍ଚାୟତ ବଣ୍ଟନ ହେଉଥିବା ସାଧାରଣ ବଣ୍ଟନ ବ୍ୟବସ୍ତାରେ ମହଜୁଦ ଚାଉଳର ମାନ ନିର୍ଦ୍ଧାରଣ କରିବା ପରେ କାଳଷଣ୍ଢପୁରର ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପହଞ୍ଚô ମଧ୍ୟାହ୍ନ ଭୋଜନର ଗୁଣଭତ୍ତା, ମାଣ୍ଡିଆ ଲଡ଼ୁ, ଅଣ୍ଡା ପ୍ରଦାନର କ୍ୱାଲିଟି ଉପରେ ପରିଖି ଥିଲେ । ଏହି ପରିଦର୍ଶନ ସମୟରେ ବିଇଓ ମୁନରାଣୀ ମହାନ୍ତି,ଏବିଇଓ ବିଭୁ ନନ୍ଦନ ପଣ୍ଡା,ଯୋଗାଣ ଅଧିକାରୀ ଶର୍ମିଷ୍ଠା ଦଳ ବେହେରା, ପକୁ୍ୟର ଇନ୍ସପେଟର ଅଶୋକ ଜେନା,ଅଞ୍ଚଳ ପରିଦର୍ଶିକା ଦୀପ୍ତି ଧୋବା ପ୍ରମୁଖ ଉପସ୍ଥିତ ଥିଲେ ।