ରତନ ମୋହିନୀଙ୍କୁ ଶ୍ରଦ୍ଧାଞ୍ଜଳି
ନୂଆପଡ଼ା : ପ୍ରଜାପିତା ବ୍ରହ୍ମ କୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟର ମୁଖ୍ୟ ପ୍ରସାଶିକା ବିଶିଷ୍ଟ ରାଜଯୋଗିନୀ ଦାଦି ରତନ ମୋହିନୀଙ୍କ ଶ୍ରଦ୍ଧାଞ୍ଜଳି ସଭା ଖଡ଼ିଆଳ ସ୍ଥିତ ବ୍ରହ୍ମ କୁମାରୀ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ପରିଚାଳିକା ଭଉଣୀ ସୂର୍ଯ୍ୟକାନ୍ତି ତାଙ୍କ ଜୀବନ ଦର୍ଶନ ଉପରେ ଆଲୋକପାତ କରିଥିଲେ । ଦାଦି ରତନ ମୋହିନୀ ଇଶ୍ୱରୀୟ ଚେତନାର ପ୍ରଚାର ପ୍ରସାର ପାଇଁ ସମଗ୍ର ବିଶ୍ୱରେ କାର୍ଯ୍ୟ କରୁଥିଲେ ଓ ତାଙ୍କ ବିୟୋଗ ଆମ ପାଇଁ ଏକ ଅପୁରଣୀୟ କ୍ଷତି ବୋଲି ସେ କହିଥିଲେ । ଏହି ଅବସରରେ ଶତାଧିକ ଅନୁଗାମୀ ଶ୍ରଦ୍ଧା ସୁମନ ଅର୍ପଣ କରିବା ସହ ତାଙ୍କ ଅମର ଆତ୍ମାର ସଦ୍ଗତି ପାଇଁ ପ୍ରାର୍ଥନା କରିଥିଲେ ।