ବନ୍ୟା ଆସିଲେ ଭୁଶୁଡିବ ନଦୀବନ୍ଧ!

ଜଗତ୍ସିଂହପୁରରୁ 
ାା ରଞ୍ଜନ ଖୁଣ୍ଟିଆ ।ା

ମହାନଦୀରେ ବନ୍ୟା ପାଣି ଆସିଲେ ନଦୀବନ୍ଧ ଭୁଶୁଡିବା ନେଇ ଆଶଙ୍କା ଯାତାଇଲେ ଜନସାଧାରଣ । ବିନା ସୂଚନା ଫଳକରେ ଚାଲିଛି କୋଟି କୋଟି ଅର୍ଥ ବେୟ ବରାଦ କାର୍ଯ୍ୟ । ମହାନଦୀ ବନ୍ଧ ନିର୍ମାଣରେ ଦୁର୍ନୀତିର ଗନ୍ଧ ବାରିହୋଇପଡିଛି । ଓସିସି (ଓଡ଼ିଶା କନଷ୍ଟ୍ରକ୍ସନ କର୍ପୋରେସନ୍) ସଂସ୍ଥାର ଅଧିକାରୀ ଓ ଠିକାଦାରଙ୍କ ସଲାସୁତୁରାରେ ତାଡିଦେଲେ ମହାନଦୀ ନଦୀ ବନ୍ଧ । ଓସିସି (ଓଡ଼ିଶା କନଷ୍ଟ୍ରକ୍ସନ କରୋପ୍ରେସନ) ସଂସ୍ଥାର ଅଧିକାରୀ ଓ ଠିକାଦାରଙ୍କ ସଲାସୁତୁରାରେ ତଡିଦେଲେ ମହାନଦୀ ବନ୍ଧ । ଠିକାଦାରଙ୍କ ଦବଙ୍ଗଗିରି ଓ ଓସିସି ଯନ୍ତ୍ରୀଙ୍କ ମିଲି ଭଗତରେ ବନ୍ଧ ତଡା ହେଲା । ବନ୍ଧର ଦୁଇ ପାର୍ଶ୍ୱ ବେସ୍ କରାଯାଇ ମାଟି ପକାଇବା ବଦଳରେ ଦୁଇ ପାର୍ଶ୍ୱରେ ଥିବା ବହୁ ପୁରୁଣା ବଡ ବଡ ଗଛ କାଟି ବନ୍ଧ ତଡିଦେଇଛନ୍ତି । ଓସିସି ଓ ଠିକାଦାର ଜଳସମ୍ପଦ ବିଭାଗର କୌଣସି ଅଧିକାରୀଙ୍କ ନିଦେ୍ର୍ଦଶକୁ ମାନୁନାହାନ୍ତି । ମଣିଜଙ୍ଗା ଜଳସମ୍ପଦ ଅଧିକାରୀଙ୍କୁ ଠିକାଦାର ନାଲି ଆଖି ଦେଖାଇ ଆସାମଜିକ ଯୁବକଙ୍କ ଦ୍ୱାରା ଫୋନ ଦ୍ୱାରା ଭୟଭିତ କରାଉଛନ୍ତି ।
ଅଭିଯୋଗ ସତ୍ୱେ ଓସିସିର ବିଭାଗୀୟ ଅଧିକାରୀ କୁମ୍ଭକର୍ଣ୍ଣ ନିଦ୍ରାରେ ଯାଇଥିବା ଜଣାପଡୁଛି । ବାହୁଡା ଅର୍ଥାତ ୫ ତାରିଖ ଛୁଟି ଦିନରେ ଓସିସିର ଅଧିକାରୀମାନେ କୌଣସି ସ୍ଥାନୀୟ ଲୋକଙ୍କୁ କିମ୍ବା ଅଭିଯୋଗକାରୀଙ୍କୁ ନ ଜଣାଇ ଧର୍ମକୁ ଆଖିଠାର ସଦୃଶ ନଦୀ ବନ୍ଧ ପରିଦର୍ଶନ କରି ଚାଲିଯାଇଥିଲେ । ଓସିସି କର୍ତ୍ତୃପକ୍ଷମାନେ ଠିକାଦାରଙ୍କ ସହିତ ମିଶି ସାଧାରଣ ଲୋକଙ୍କ ଜୀବନ ସହିତ ଖେଳ ଖେଳୁଛନ୍ତି । ନଦୀ ବନ୍ଧ ଏତେ ଶୋଚନୀୟ ହୋଇଛି ଯେ ନଦୀରେ ବନ୍ୟା ଜଳ ଆସିଲେ ବନ୍ଧ ସମ୍ପୂର୍ଣ୍ଣ ଭାବେ ଧୋଇଯିବାର ଆଶଙ୍କା ରହିଛି । ବନ୍ଧର ଦୁଇ ପାର୍ଶ୍ୱକୁ ଠିକାଦାର ବେସ୍ ନକରି ଡବ୍ଲୁ୍ୟଏମ୍ ବିଛଇବାରେ ବ୍ୟସ୍ତ । କାର୍ଯ୍ୟସ୍ଥଳକୁ ଅଧିକାରୀଙ୍କ ଦେଖା ମିଳୁନି । ବିନା ଅଧିକାରୀଙ୍କ ଉପସ୍ଥିତରେ ଠିକାଦାର ମନ ଇଛା କାର୍ଯ୍ୟ କରୁଥିବା ଜନସାଧାରଣ ଅଭିଯୋଗ ହୋଇଛି । ଏହାର ସମାଧାନ ନ ହେଲେ ଆଗାମୀ ବନ୍ୟାରେ ସ୍ଥାନୀୟ ଜନସାଧାରଣ ମାନେ ଅସୁବିଧାର ସମ୍ମୁଖୀନ ହେବାନେଇ ଆଶଙ୍କା ସୃଷ୍ଟି ହୋଇଛି ।
ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ମଣିଜଙ୍ଗା ଜଳସମ୍ପଦ ବିଭାଗ ଅଧୀନ କୃଷ୍ଣାନନ୍ଦପୁର ଠାରୁ ପୋଷଲ ମହାନଦୀ ବନ୍ଧ ସୁଦୃଢୀକରଣରେ ବ୍ୟାପକ ଅନିୟମିତତା ହୋଇଛି । ଏହି ବନ୍ଧ ହେଉଛି ଧୋଆ ଅଞ୍ଚଳର ୫ ପଞ୍ଚାୟତର ଜୀବନ ରେଖା । ଓସିସି ଏହି ନଦୀ ବନ୍ଧକୁ ଟେଣ୍ଡର ନେଇ ଖାଲି ବନ୍ଧ ସହିତ ଖେଳ ଖେଳିନି, ହଜାର ହଜାର ଜନସାଧାରଣଙ୍କ ଜୀବନ ସହିତ ଖେଳ ଖେଳିଛି । ଠିକାଦାର ନଦୀବନ୍ଧର ଦୁଇ କଡରେ ଥିବା ବିରାଟ ବିରାଟ ଗଛ କାଟି ନଦୀ ବନ୍ଧ କଡରୁ ବାଲି ମିଶା ମାଟି ଜେସିବି ମେସିନ ସାହାଯ୍ୟରେ ତାଡି ବନ୍ଧ କଡରେ ପକାଇଛି । ଦୁଇ କଡରେ ବେଞ୍ଚôକରି ନୂଆ ମାଟି ପକାଇବା ବଦଳରେ ବନ୍ଧ ତାଡି ପକାଇବାରୁ ବନ୍ୟା ଆସିଲେ ବନ୍ଧ ଭାଙ୍ଗିବାର ସମ୍ଭାବନା ରହିଛି । ପୁରୁଣା ବନ୍ଧରୁ ମାଟି ତାଡିବା ଦ୍ୱାରା ବଡ଼ ଗାତ ସୃଷ୍ଟି ହୋଇଛି । ଯାହାଫଳରେ ବନ୍ୟା ଆସିଲେ ବନ୍ୟା ପାଣିରେ ମାଟି ଧସି ଭାଙ୍ଗିବାର ସମ୍ଭାବନା ରହିଛି । ଏହି ନଦୀବନ୍ଧ ଅଞ୍ଚଳରେ ୫ ପଞ୍ଚାୟତ ବାସିନ୍ଦା ବସବାସ କରନ୍ତି । ଜଳସମ୍ପଦ ବିଭାଗ ମଣିଜଙ୍ଗା ପକ୍ଷରୁ ଏଭଳି ଅନିୟମିତତା କାର୍ଯ୍ୟ ପାଇଁ ବନ୍ଧର କାମକୁ ବନ୍ଦ କରିବା ସତ୍ୱେ ଠିକାଦାର ଜୋର ଜବରଦସ୍ତ ଏଭଳି ଦୁର୍ନୀତି କରିଛି । ସରକାରଙ୍କ କୋଟି କୋଟି ଟଙ୍କା ଆତ୍ମସାତ୍ କରିବାପାଇଁ ମସୁଧା ଚଳାଇଥିବା ଜନସାଧାରଣ ଅଭିଯୋଗ କରୁଛନ୍ତି । ଟେଣ୍ଡର ମୁତାବକ କୃଷ୍ଣାନନ୍ଦପୁର-ପୋଷଲ ପର୍ଯ୍ୟନ୍ତ ନଦୀ ବନ୍ଧ ପିଚୁ ରାସ୍ତା ନିର୍ମାଣ କରାଯିବ । ବଡ଼ ଆଶ୍ଚର୍ଯ୍ୟର ବିଷୟ ହେଉଛି ବାହାରୁ ମାଟି ଆଣିବା ବଦଳରେ ବନ୍ଧର ଦୁଇ ପାର୍ଶ୍ୱରୁ ବାଲି ମିଶା ମାଟିକୁ ତାଡି ଠିକାଦାର ଓ ଓସିସି କର୍ତ୍ତୃପକ୍ଷ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରିବାପାଇଁ ମସୁଧା ଚଳାଉଥିବା ସ୍ଥାନୀୟ ବାସିନ୍ଦା କହୁଛନ୍ତି । ଓସିସି ଠିକାଦାର କାର୍ଯସ୍ଥଳକୁ ନ ଆସି ସ୍ଥାନୀୟ ଅଞ୍ଚଳର ଜନୈକ ଯୁବକକୁ ଦେଇ ନିଧଡିକିରେ