ତିନି ସେନା ମୁଖ୍ୟଙ୍କ ପାଇଁ ଟୋପି ପଠାଇଲେ କମଳା
କେନ୍ଦ୍ରାପଡା : କେନ୍ଦ୍ରାପଡାର "ଜରି ମାଉସୀ’ କମଳା ମହାରଣା । ଅପରେସନ୍ ସିନ୍ଦୂରର ସଫଳତା ପରେ କମଳା ଖୁସି ହୋଇ ବ୍ୟବହୃତ ଜରିରେ ଜଳ, ସ୍ଥଳ ଓ ଆକାଶ ବାହିନୀ ମୁଖ୍ୟଙ୍କ ପାଇଁ ୩ଟି ଟୋପି ପ୍ରସ୍ତୁତ କରିଛନ୍ତି । ଏହି ଟୋପିକୁ ପ୍ରସ୍ତୁତ କରିବା ପାଇଁ କମଳାଙ୍କୁ ୭ ଦିନ ସମୟ ଲାଗିଛି । ଏହି ଟୋପି ସେନାବାହିନୀର ମନୋବଳ ବୃଦ୍ଧି କରିବ ବୋଲି କମଳା କହିଛନ୍ତି । ଏହା ପୂର୍ବରୁ କମଳା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ପଲିଥିନରେ ରାଖୀ ତିଆରି କରି ପଠାଇଥିଲେ । ପ୍ରଧାନମନ୍ତ୍ରୀ ତାଙ୍କ ୯୮ତମ ମନ କୀ ବାତ୍ରେ କମଳାଙ୍କୁ ପ୍ରସଂଶା କରିଥିଲେ । ଆଜି ଡାକଯୋଗେ କମଳା ଏହି ଟୋପି ପଠାଇବେ ।