ହାଇସ୍କୁଲରେ ଅଗ୍ନି ନିରାପତ୍ତା ତାଲିମ ଶିବିର
କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ତରାଣ୍ଡୋ ସରକାରୀ ହାଇସ୍କୁଲ ପରିସରରେ ଅଗ୍ନି ନିରାପତ୍ତା ତାଲିମ୍ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ କେନ୍ଦ୍ରାପଡ଼ା ଅଗ୍ନିଶମ ବିଭାଗର ଅଧିକାରୀ ଶଶିଶେଖର ପଣ୍ଡା, ତନୋଜ ନନ୍ଦୀ, ନିରାକାର ତ୍ରିପାଠୀ ପ୍ରମୁଖ ଯୋଗଦେଇ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କୁ ନିଆଁ ଲାଗିଲେ ତାହାକୁ କିପରି ନିୟନ୍ତ୍ରଣ କରାଯାଇ ପାରିବ ସେ ସମ୍ପର୍କରେ ତାଲିମ୍ ପ୍ରଦାନ କରିଥିଲେ । ଏହି ଅବସରରେ ଶିକ୍ଷକମାନେ ଅଭିନୟ ମାଧ୍ୟମରେ ନିଆଁ ନିୟନ୍ତ୍ରଣର ତାଲିମ ନେଇଥିଲେ । ଏହି ଶିବିରରେ ପ୍ରଧାନ ଶିକ୍ଷୟିତ୍ରୀ ଜ୍ୟୋସ୍ନାରାଣୀ ଦାଶ, ସହକାରୀ ଶିକ୍ଷକ ରବୀନ୍ଦ୍ର ସ୍ୱାଇଁ, ଗୌରାଙ୍ଗ ଚରଣ ରାଉତ, ସନ୍ଧ୍ୟା କାନୁନ୍ଗୋ, ପ୍ରଭାସିନୀ ସାହୁ, ଚକ୍ରଧର ସାମନ୍ତରାୟ, ମାନସ ରଞ୍ଜନ ମୁଦ୍ରା, ସୋଲେହା ବେଗମ୍, ସୁଶ୍ରୀ ସଙ୍ଗୀତା ବେହେରା, ନିରୋଜ ନଳିନୀ ମହାନ୍ତି, ସିମାଦ୍ରୀ ନାୟକ, ମାନସ ରଞ୍ଜନ ସାହୁ, ମଧୁସ୍ମିତା ବେହେରା, ମନୋଜ ମଲ୍ଲିକ ପ୍ରମୁଖଙ୍କ ସମେତ ବହୁ ଅଭିଭାବକ ଉପସ୍ଥିତ ଥିଲେ ।