ଅଙ୍ଗନବାଡି କେନ୍ଦ୍ରରେ ନାହିଁ ଚାଉଳ
ରାଜନଗର: ରାଜନଗର ବ୍ଲକ୍ର ବହୁ ଅଙ୍ଗନବାଡି କେନ୍ଦ୍ରରେ ଚାଉଳ ନଥିବା ଅଭିଯୋଗ ହୋଇଛି । ଏହି ବ୍ଲକର ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ଅଧିନରେ ଥିବା ୧୦ଟି ସେକ୍ଟରରେ୨୭୪ଟି ଅଙ୍ଗନବାଡି କେନ୍ଦ୍ର ରହିଛି । ଦୁଇମାସରୁ ଅଧିକ ହେବ କେନ୍ଦ୍ରଗୁଡିକରେ ଚାଉଳ ନଥିବାରୁ କର୍ମୀମାନେ ଧାର ଉଦ୍ଧାର କରି କେନ୍ଦ୍ର ଚଳାଉଛନ୍ତି । ଠିକାସଂସ୍ଥା ଚାଉଳ ଦେଉ ନଥିବାରୁ ପ୍ରି-ସ୍କୁଲର ଛାତ୍ରଛାତ୍ରୀମାନେ ରନ୍ଧା ଖାଦ୍ୟରୁ ବଞ୍ଚôତ ହେବାକୁ ଯାଉଛନ୍ତି । ଏହି ବ୍ଲକର ବିଭିନ୍ନ ସେକ୍ଟର ଘଡିଆମାଳ ୯ଟି, ଡେରା ୪ଟି, ତାଳଚୁଆ ୪ଟି, ରଙ୍ଗଣୀ ୫ଟି, ରାଜନଗର ୭ଟି, ହାତିନା ୫ଟି, ଗୁପ୍ତି ୩ଟି, ଚାନ୍ଦିବାଉଁଶମୂଳ ୪ଟି ସମେତ ପ୍ରାୟ ୫୦ରୁ ଊଦ୍ଧ୍ୱର୍ ଅଙ୍ଗନବାଡି କେନ୍ଦ୍ରରେ ଚାଉଳ ନଥିବା ଅଭିଯୋଗ ହୋଇଛି । ଯାହାଫଳରେ ଅଙ୍ଗନବାଡି କେନ୍ଦ୍ରଗୁଡିକୁ ଆସୁଥିବା ୩ ରୁ ୬ବର୍ଷର ପ୍ରି-ସ୍କୁଲର ଛାତ୍ରଛାତ୍ରୀମାନେ ରନ୍ଧାଖାଦ୍ୟରୁ ବଞ୍ଚôତ ହେବାକୁ ଯାଉଛନ୍ତି ।
ଏ ସମ୍ପର୍କରେ ରାଜନଗର ସିଡିପିଓ ସ୍ମିତାଞ୍ଜଳୀ ରାୟଙ୍କୁ ପଚାରିବାରୁ ୫ଦିନ ହେବ ଆସିଛି, ଆଗରୁ ସେମାନେ କଣ କରୁଥିଲେ । ଆପଣ ସବୁ ଜାଣିବା କଥା । ଆଉ କିଏ ଜାଣିବେ । ସାମ୍ବାଦିକଙ୍କର ସବୁ କାମ, ଆପଣ ସବୁ ଜାଣିବା କଥା କୋଉ କାମ ସାମ୍ବାଦିକ କରିନପାରିବେ । ହଉ ମୁଁ ନୂଆ ଆସିଛି ତ ବୁଝୁଛି କହି କଥାକୁ ଏଡାଇ ଯାଇଥିଲେ । ଅପରପକ୍ଷରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ମନୋରମା ସ୍ୱାଇଁଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଉଦ୍ୟମ ହୋଇଥିଲେ ମଧ୍ୟ ସେ ଫୋନ କାଟି ଦେଇଥିଲେ । ଏଠାରେ ପ୍ରଶ୍ନ ଉଠୁଛି ଯେ, ଅଙ୍ଗନାବାଡି କେନ୍ଦ୍ରରେ ଚାଉଳ ନଥିବା ଯୋଗୁଁ ପ୍ରି-ସ୍କୁଲ ଛାତ୍ରଛାତ୍ରୀମାନେ ରନ୍ଧାଖାଦ୍ୟ ଖାଇବାରୁ ବଞ୍ଚôତ ହେଉଛନ୍ତି । ମାତ୍ର ସିଡିପିଓ ଚଳିତ ମାସ ୨ତାରିଖରେ ଏଠାରେ ଯୋଗ ଦେଇଥିଲେ ମଧ୍ୟ ଏଯାବତ୍ ମାତ୍ର ୪/୫ଦିନ କାର୍ଯ୍ୟାଳୟକୁ ଆସିଛନ୍ତି । କାର୍ଯ୍ୟାଳୟକୁ ନଆସିବା ଓ ଅଙ୍ଗନବାଡି କେନ୍ଦ୍ରଗୁଡିକର ସମସ୍ୟା ନବୁଝି ଆଗରୁ କ’ଣ କରୁଥିଲେ ବୋଲି ପ୍ରଶ୍ନ କରିବା ଘଟଣା ବିଭାଗର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।