ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱାସ୍ଥ୍ୟ ଶିବିର
ବଲାଙ୍ଗିର : କନ୍ଧପାଲି ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର ପକ୍ଷରୁ ବରିଷ୍ଠ ନାଗରିକମାନଙ୍କ ପାଇଁ ଏକ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଗାନ୍ଧୀନଗର ପଡ଼ା ଠାରେ ଅନୁଷ୍ଠିତ ହେଇଥିଲା । ଏହି ସ୍ୱାସ୍ଥ୍ୟ ଶିବିରରେ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ନନ୍ଦ କିଶୋର ପାଢ଼ୀ, ଭୀମଭୋଇ ମେଡିକାଲ କଲେଜର ଡାକ୍ତର ପ୍ରସନ୍ନଜିତ୍ ସ୍ୱାଇଁ, ଫିଜିଓ ଥେରପିଷ୍ଟ ସତ୍ୟବ୍ରତ ସାହୁ ଓ ନୁ୍ୟଟ୍ରି ସନିଷ୍ଟ ମଧୁମିତା ଲେଙ୍କା ଯୋଗ ଦେଇଥିଲେ ଏବଂ ରାଜେନ୍ଦ୍ର ଯୁବକ ସଂଘର ପରିଚାଳକ ରାଜେନ୍ଦ୍ର ପାଣିଗ୍ରାହୀ ଓ ଅନୁଶ୍ରୀ ମୁଖାର୍ଜୀ ମଧ୍ୟ ଯୋଗ ଦେଇଥିଲେ । ଏହି ଶିବିରରେ ସ୍ଥାନୀୟ ଆଶା, ମହିଳା ସ୍ୱାସ୍ଥ୍ୟ କର୍ମୀ ଏବଂ ମହିଳା ଆରୋଗ୍ୟ ସମିତିର ସମସ୍ତ ସଦସ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ । ଏହି ଶିବିରରେ ୧୦୨ରୁ ଊଦ୍ଧ୍ୱର୍ ବରିଷ୍ଠ ରୋଗୀ ମାଗଣା ସେବା ଲାଭ କରିଥିଲେ ।