ବର୍ଷକରେ ୭୦ଲକ୍ଷର କାର୍ଯ୍ୟାଦେଶ
ସବଡ଼ିଭିଜନକୁ ଲମ୍ବିଛି । ଥାନା, ବିଭିନ୍ନ ସରକାରୀ ଦପ୍ତର ମରାମତି ଆଳରେ ଏଫ-ଟୁରେ କାର୍ଯ୍ୟାଳଦେଶ ଦିଆଯାଇଥିବା ବିଭାଗ ଦର୍ଶାଉଥିଲେ ହେଁ ଗୋଟିଏ ଗୋଟିଏ ମରାମତି କାର୍ଯ୍ୟ ପାଇଁ ଏକାଧିକ ଥର ଏଫ-ଟୁୁରେ ପାଞ୍ଚ ଲକ୍ଷରୁ କମ୍ ଟଙ୍କା ନିର୍ଦ୍ଧିଷ୍ଟ ଠିକାଦାରଙ୍କୁ ଯୋଗାଇ ଦିଆଯାଇଛି । ଡୁବୁରୀ ସବ ଡିଭିଜନରେ ଗତ ୨୦୨୨-୨୩ ଓ ୨୦୨୩-୨୪ଆର୍ଥିକ ବର୍ଷରେ ଟମକା ପୁଲିସ ଷ୍ଟେସନର ବିଭିନ୍ନ ମରାମତି ଆଳରେ ୬ଟି ଏଫ୍-ଟୁ କରାଯାଇଛି । କେବଳ ଗତ ମାର୍ଚ୍ଚ ମାସରେ ଟମକା ପୁଲିସ ଷ୍ଟେସନର ବିଭିନ୍ନ କ୍ୱାଟର ମରାମତି ଆଳରେ ୪ଟି ଏଫ୍-ଟୁ କରାଯାଇଛି । ସେହିପରି ସୁକିନ୍ଦା ପୁଲିସ ଷ୍ଟେସନର ବିଭିନ୍ନ କ୍ୱାଟର ମରାମତି ଆଳରେ ୪ ଟି ଏଫ-ଟୁ ହୋଇଛି । ଡୁବୁରୀ ଗ୍ରାମ୍ୟ ଉନ୍ନୟନ ବିଭାଗ ସବଡିଭିଜନ, ସୁକିନ୍ଦା ଓ ଟମକା ସେକସନର ମରାମତି ଆଳରେ ବିଭିନ୍ନ ଆର୍ଥିକ ବର୍ଷରେ ଏଫ୍-ଟୁ କରାଯାଇ ଏବାବଦକୁ ଅର୍ଥ ହରିଲୁଟ କରାଯାଇଥିବାର ଅଭିଯୋଗ ହୋଇଛି । ତେବେ ଡିଭିଜର ସହକାରୀ ଯନ୍ତ୍ରୀ ମୋତିଲାଲ ଘଣା ସଫେଇ ଦେଇ କହିଛନ୍ତି ଯେଉଁ ବିଭାଗ ପକ୍ଷରୁ ମରାମତି ପାଇଁ ଆମ କାର୍ଯ୍ୟାଳୟକୁ ଲିଖିତ ଭାବେ ଚିଠି ଆସେ ସେଠାରେ କାମ କରାଯାଏ । କିନ୍ତୁ ପ୍ରକୃତ ପକ୍ଷେ ସରକାରୀ କାଗଜ ପତ୍ରରେ ଦର୍ଶଯାଇଥିବା ତାଲିକା ଅନୁଯାୟୀ କାମ ହୋଇନାହିଁ ବୋଲି ଜଣାପଡିଛି । କେବଳ ଡୁବୁରୀ ସବ-ଡିଭିଜନ ନୁହେଁ ଯାଜପୁର ରୋଡ ଓ ଯାଜପୁର ସବ ଡିଭିଜନରେ ମଧ୍ୟ ଏଫ୍-ଟୁ ଆଳରେ ବ୍ୟାପକ ଅର୍ଥ ହରିଲୁଟ ହୋଇଛି । ଯାଜପୁର ରୋଡ ସବ ଡିଭିଜନଅଧିନରେ ଥିବା ପାଣିକୋଇଲି ସେକସନ ଅଞ୍ଚଳରେ ଏକାଧିକ ଏଫ୍-ଟୁ କରାଯାଇଛି ।୨୦୨୩-୨୪ ଆର୍ଥିକ ବର୍ଷରେ ଏହି ସବ ଡିଭିଜନର ମରାମତି ଆଳରେ ୪ଟି ଏଫ-ଟୁ କରାଯାଇଛି । ସେହିପରି ବିଭିନ୍ନ ରାସ୍ତା ମରାମତି ଆଳରେ ଏଫ୍-ଟୁ କରାଯାଇଛି । ଆଉ ଏଫ-ଟୁ କରିବା ପଛରେ ନିର୍ବାଚନୀ ଚାନ୍ଦା ବୋଲି ଅଭିଯୋଗ ହୁଏ । ସରକାରୀ କାଗଜ ପତ୍ରରେ ୫ ଲକ୍ଷରୁ କମ ଟଙ୍କାର ପ୍ରକଳ୍ପ ଗୁଡ଼ିକ ଟେଣ୍ଡର ମାଧ୍ୟମରେ କରାଯାଇଥିବା ବେଳେ ଅଧିକାଂଶ କାମ ମୂଳରୁ ହୋଇନଥିବା ନେଇ ହୋଇଛି ଅଭିଯୋଗ । ବିଭିନ୍ନ ଅଞ୍ଚଳରେ ଥିବା ଆରଆଇ ଅଫିସ, ଗ୍ରାମ୍ୟ ଉନ୍ନୟନ ବିଭାଗର ସବ-ଡିଭିଜନ କାର୍ଯ୍ୟାଳୟ, ପୁଲିସ ଷ୍ଟେସନ, ତହସିଲ ଅଫିସ, ବିଭିନ୍ନ ସରକାରୀ କାର୍ଯ୍ୟାଳୟ, ସ୍କୁଲଘର ଓ ରାସ୍ତାର ମରାମତି କରାଯିବା ଆଳରେ ଲକ୍ଷଲକ୍ଷ ଟଙ୍କା ହରିଲୁଟ ଅଭିଯୋଗ ସଂପର୍କରେ ଯାଜପୁର ଗ୍ରାମ୍ୟ ଉନ୍ନୟନ ବିଭାଗର ନିବାହୀ ଯନ୍ତ୍ରୀ ଜ୍ଞାନରଞ୍ଜନ ନାୟକଙ୍କୁ ପଚାରିବାରେ ଗତ ଆର୍ଥିକ ବର୍ଷରେ ପ୍ରାୟ ୭୦ଲକ୍ଷ ଟଙ୍କାର ଏଫ୍-ଟୁ କାର୍ଯ୍ୟ କରାଯାଇଥିବା ଏବଂ ସମସ୍ତ କାର୍ଯ୍ୟ ଟେଣ୍ଡର ଡକାଯାଇ ହୋଇଛି ବୋଲି ସୂଚନା ଦେଇଥିଲେ । କିନ୍ତୁ ବିନା କାମରେ ବିଲ ଉଠାଯାଇଥିବ