ଆଦର୍ଶ ସ୍କୁଲରେ ସାମିଲ ହେଲେ ୧୦ ପ୍ରାଥମିକ ସ୍କୁଲ
ରଗଡ଼ି : ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟରେ କୋରେଇ ବ୍ଲକର ୧୦ସ୍କୁଲ ସାମିଲ ହୋଇଛି । ପ୍ରଥମ ପର୍ଯାୟରେ ବ୍ଲକ୍ର ୨୮ ପଞ୍ଚାୟତରୁ ୧୦ପଞ୍ଚାୟତର ୧୦ ପ୍ରାଥମିକ ସ୍କୁଲକୁ ଏଥିରେ ସାମିଲ କରାଯାଇଛି । କୋରେଇ ଶିକ୍ଷା ମଣ୍ଡଳ ତଳଗଡ଼ ପଞ୍ଚାୟତ ଉପୁଳାଇ ସରକାରୀ ଉପ୍ରା ବିଦ୍ୟାଳୟ ସହ ପାଟରଙ୍ଗା ପଞ୍ଚାୟତର ଗୋହିରାଗଡିଆ ସ୍କୁଲ, କନ୍ତୋର ପଞ୍ଚାୟତର ପୂର୍ବକୋଟ ସ୍କୁଲ, ଅମୃତିଆ ପଞ୍ଚାୟତର ହଟପୁର ସ୍କୁଲ, ବଡ଼ବିରୁହାଁ ପଞ୍ଚାୟତର ବଡ଼ବିରୁହାଁ ସ୍କୁଲ, ଗୋଳେଇପୁର ପଞ୍ଚାୟତର ସୋତିସ୍କୁଲ, ଜହ୍ନା ପଞ୍ଚାୟତର ଜହ୍ନାସ୍କୁଲ, କରଦା ପଞ୍ଚାୟତର କରଦା ସ୍କୁଲ, ଗୌରପୁର ପଞ୍ଚାୟତର ତୁଳସୀପୁର ସ୍କୁଲ ଓ ହଳଦିଗଡିଆ ପଞ୍ଚାୟତର ହଳଦିଗଡିଆ ମଦନ ମୋହନ ବିଦ୍ୟାଳୟ ରହିଛି । ଦ୍ୱିତୀୟ ପର୍ଯ୍ୟାୟରେ ଅବଶିଷ୍ଟ ପଞ୍ଚାୟତକୁ ସାମିଲ କରାଯିବ । ପ୍ରତି ସ୍କୁଲର ଭିତିଭୂମିର ବିକାଶ ପାଇଁ ୧କୋଟି ୫୦ଲକ୍ଷ କରି ଟଙ୍କା ମଞ୍ଜୁର ହୋଇଛି । ଗ୍ରାମ୍ୟ ଉନ୍ନୟନ ବିଭାଗ ତତ୍ୱାବଧାନରେ ଏହାର ନିର୍ମାଣ କାର୍ଯ୍ୟ କରାଯିବ । ପୂର୍ବ ସରକାରଙ୍କ ୫ଟି ଢାଞ୍ଚାରେଏହି ସ୍କୁଲ ଭିତିଭୂମିର ବିକାଶ କରାଯିବ ।