ବୃଦ୍ଧାଶ୍ରମର ଶିଳାନ୍ୟାସ କଲେ ବିଧାୟକ 

ସୋର : ସୋର ପୌରପାଳିକା ଅନ୍ତର୍ଗତ ଲିଙ୍ଗପଡା ସ୍ଥିତ କ୍ଷେମେଶ୍ୱର ମନ୍ଦିର ନିକଟରେ ବାବା କ୍ଷେମେଶ୍ୱର ବୃଦ୍ଧାଶ୍ରମ ପାଇଁ ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଥିରେ ମୁଖ୍ୟ ଅତିଥିଭାବେ ସୋର ବିଧାୟକ ମାଧବ ଧଡା, ସମ୍ମାନିତ ଅତିଥି ଧାମନଗର ପ୍ରାକ୍ତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ନୀଳଗିରି ପ୍ରାକ୍ତନ ବିଧାୟକ ସୁକାନ୍ତ ନାୟକ, ସିମୁଳିଆ ପ୍ରାକ୍ତନ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ପ୍ରାକ୍ତନ ପୌରାଧକ୍ଷ ବଙ୍କେଶ ବେହେରା, ସୁକାନ୍ତ ମିଶ୍ର, ଅଶୋକ ମହାନ୍ତି ପ୍ରମୁଖ ଯୋଗଦେଇ ନଡ଼ିଆ ବାଡେଇ ଶିଳାନ୍ୟାସ କରିଥିଲେ । ଏହି ବୃଦ୍ଧାଶ୍ରମ ଲିଙ୍ଗପଡା ଗ୍ରାମବାସୀଙ୍କ ସହଯୋଗରେ ନିର୍ମାଣ ହେଉଛି । ଏହି କାର୍ଯ୍ୟକ୍ରମକୁ ମାନସ କୁମାର ମିଶ୍ର ପରିଚାଳନା କରିଥିବା ବେଳେ ଗ୍ରାମବାସୀ ପରିଚାଳନା କରିଥିଲେ ।