ବାଘ ଛାଲ ଡ଼ିଲ ବେଳେ ମାଡ଼ି ବସିଲା ପୁଲିସ

ବାଘ ଛାଲ ଡ଼ିଲ ବେଳେ ମାଡ଼ି ବସିଲା ପୁଲିସ

ଭୁବନେଶ୍ୱର : ରାଜଧାନୀରେ ଡ଼ିଲ ହେଉଥିଲା ବାଘ ଛାଲ । ବିଶେଷ ସୂତ୍ରରୁ ଖବର ପାଇଁ ଗ୍ରାହକ ବେଶରେ ଜାଇ ବେପାରୀକୁ ମାଡ଼ିବସିଲା ପୁଲିସ । ବାଘ ଛାଲ ସହ ୩ ବେପାରୀଙ୍କୁ ଗିରଫ କରିଛି ସ୍ପେଶାଲ କ୍ରାଇମବ୍ରାଞ୍ଚ ୟୁନିଟ୍‌ । ଜୟଦେବ ବିହାର ଅଞ୍ଚଳରେ ୩୦ ଲକ୍ଷ ଟଙ୍କାରେ ବାଘ ଛାଲ ଡିଲ୍‌ ହୋଇଥିଲା । ବେପାରୀ ମାନେ ବାଘ ଛାଲ କର୍ଣ୍ଣାଟକରୁ ଆଣି ଭୁବନେଶ୍ୱରରେ ଡିଲ କରୁଥିଲେ । ଗିରଫ ଅଭିଯୁକ୍ତମାନେ ହେଲେ ଖୋର୍ଦ୍ଧା ଡୁମଡୁମା ଅଞ୍ଚଳର ରୋହିତ୍‌ ମହାପାତ୍ର (୨୬), ଗଞ୍ଜାମ ଭଞ୍ଜନଗରର ମନଜିତ୍‌ ସାବତ(୨୧) ଏବଂ ଗଣ୍ଡମୁଣ୍ଡା ଅଞ୍ଚଳର ଶମ୍ଭୁ ବିଶୋଇ (୨୩) ବୋଲି ଜଣାପଡିଛି । ପୁଲିସ୍‌ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି ।