ପାୱାର ହାଉସ୍ ଛକରେ ଦୁର୍ଘଟଣା : କାରକୁ ଘୋଷାଡି ନେଲା ହାଇୱା
ଭୁବନେଶ୍ୱର : ଆଜି ସକାଳ ସମୟରେ ଭୁବନେଶ୍ୱର ପାୱାର ହାଉସ୍ ଛକ ନିକଟରେ ଭୟଙ୍କର ସଡକ ଦୁର୍ଘଟଣା । ଏକ କାରକୁ ୨୦ ମିଟର ପର୍ଯ୍ୟନ୍ତ ଘୋଷାଡି ନେଲା ହାଇୱା । ଅଳ୍ପକେ ବର୍ତ୍ତିଲେ କାର ଡ୍ରାଇଭର ।
ସୂଚନା ଅନୁସାରେ, ଆଜି ସକାଳ ସମୟରେ ପାୱାର ହାଉସ ଛକରେ ରେଡ୍ ସିଗ୍ନାଲ ଥିବାରୁ କାରଟି ଟ୍ରାଫିକ୍ ପୋଷ୍ଟରେ ଛିଡ଼ା ହୋଇଥିଲା । ସେହି ସମୟରେ ପଛରୁ ଆସୁଥିବା ଏକ ହାଇୱା କାରକୁ ଧକ୍କା ଦେଇଥିଲା । ଏପିରିକି ୨୦ ମିଟର ଯାଏଁ କାରକୁ ଘୋଷାଡ଼ି ନେଇଥିଲା ହାଇୱା । ସୌଭାଗ୍ୟବଶତଃ କାର୍ ଚାଳକଙ୍କର କିଛି କ୍ଷତି ହୋଇନଥିବା ବେଳ କାରଟି ଭାଙ୍ଗି ଯାଇଛି । ଘଟଣା ସ୍ଥଳରେ ଲୋକାମାନେ ହାଇୱାକୁ ଅଟକାଇ ରଖିଥିବାବେଳେ ପୁଲିସ ପହଞ୍ଚି ତଦନ୍ତ କରୁଛି ।
Samir Kumar Rout