ସମାଧାନ କରିବାକୁ ଡାକି ସାଙ୍ଗଠାରୁ ଲୁଟ୍ ; ଅଭିଯୁକ୍ତ ଗିରଫ
ଭୁବନେଶ୍ୱର, ୮ା୪ : ଏକ ମୋବାଇଲ ଚୋରୀ ଘଟଣାରେ ସାଙ୍ଗକୁ ଏକ ସ୍ଥାନକୁ ସମାଧାନ କରିବାକୁ ଡାକି ସେଠାରେ ତାକୁ ମଦ ବୋତଲରେ ଆକ୍ରମଣ କରି ମୋବାଇଲ ଏବଂ ପର୍ସ ଲୁଟ୍ । ଏନେଇ ଥାନାରେ ଅଭିଯୋଗ ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ହେଲା, ଚୁନକୋଳି ବସ୍ତିର ଗଣେଷ ହାଁସଦା ।
ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀ କାଳିଆ ରାଉତ ଏବଂ ଅଭିଯୁକ୍ତ ଗଣେଷ ହାଁସଦା ହେଉଛନ୍ତି ଉଭୟେ ସାଙ୍ଗ । କିଛିଦିନି ପୂର୍ବେ ଗଣେଷ ସହଯୋଗୀ ପପୁନୀ ଜେନାଙ୍କ ମୋବାଇଲ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଚୋରି ହୋଇଯାଇଥିଲା । ଏହି ମୋବାଇଲ ଚୋରିରେ ଅଭିଯୋଗକାରୀ କାଳିଆ ରାଉତର ହାତ ରହିଥିବା ଉଭୟ ଅଭିଯୁକ୍ତ ସନେ୍ଦହ କରିଥିଲେ । ପରେ ଘଟଣାର ଆପୋଷ ସମାଧାନ ପାଇଁ ଉଭୟ ଅଭିଯୁକ୍ତ କାଳିଆ ଏବଂ ତାଙ୍କ ବନ୍ଧୁ ସୁବ୍ରତଙ୍କୁ ଚୁନକୋଳି ବସ୍ତିରେ ଥିବା ଏକ ଭଙ୍ଗା ଘରକୁ ଡାକିଥିଲେ । ସେଠାରେ ଉଭୟଙ୍କ ମଧ୍ୟରେ ଆଲୋଚନା ଚାଲିଥିବା ବେଳେ ପପୁନ୍ ଜେନା କାଳିଆର ମୋବାଇଲ ଓ ପର୍ସକୁ ଜୋରଜବରଜସ୍ତ ଛଡାଇନେଇଯାଇଥିଲା । ଏନେଇ କାଳିଆ ବିରୋଧ କରିବାରୁ ତାଙ୍କୁ ଦୁଇ ଅଭିଯୁକ୍ତ ମିଶି ଏକ ମଦ ବୋତଲ ଓ ଏକ ଲୁହାରଡରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ କାଳିଆ ଓ ତାଙ୍କ ବନ୍ଧୁ ଆହତ ହୋଇ ନିକଟସ୍ଥ କିମସ୍ ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ । ଏନେଇ ଇନଫୋସିଟି ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ଅଭିଯୁକ୍ତ ଗଣେଷ ହାଁସଦାକୁ ଗିରଫ କରିଥିବା ବେଳେ ସହଯୋଗର ପାପୁନୀ ଜେନା ଫେରାର ରହିଛି । ଏମାନଙ୍କ ବିରୋଧରେ ପୂର୍ବରୁ ମଧ୍ୟ ଚନ୍ଦକା ଥାନାରେ ୩ଟି ମାମଲା ରହିଥିବା ପୁଲିସ ଜାଣିବାକୁ ପାଇଛି ।