ବାଘ ନୁହେଁ ବଣ ଭୁଆ

ଭୁବନେଶ୍ୱର - ବାଘ ନୁହେଁ ବଣ ଭୁଆ । ଭୁବନେଶ୍ୱର ବିମାନ ବନ୍ଦର ନିକଟରେ ବୁଲୁଥିବା ବାଘ ପ୍ରକୃତରେ ଜଙ୍ଗଲୀ କ୍ୟାଟ ବା ବଣ ଭୂଆ ବାହାରିଲା । ଗତକାଲି ଭୋର ୩ ଟା ବେଳେ ଜଙ୍ଗଲ ବିଭାଗ ଲଗାଇଥିବା ଟ୍ରାପ କ୍ୟାମେରାରେ ଏହାର ଭିଡିଓ ଓ ଫଟୋଚିତ୍ରରୁ ଜଂଗଲୀ କ୍ୟାଟ୍ ବୋଲି ଜଣାପଡିଛି । ପାଦ ଚିହ୍ନରୁ ଜଂଗଲୀ କ୍ୟାଟ୍ ବୋଲି ଜଙ୍ଗଲ ବିଭାଗ କନଫର୍ମ ହେବା ପରେ ରେଞ୍ଜ ଅଫିସର ରାଧାକାନ୍ତ ହୋତା ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି । ଟ୍ରାପ୍ କରିବା ପାଇଁ ୩ଟି କ୍ୟାମେରା ଲଗା ଯାଇଥିଲା । ତେବେ ଗୋଟିଏ କ୍ୟାମେରାରେ ଜଂଗଲୀ କ୍ୟାଟ ସୁଟିଂ ହୋଇଛି । ବଣ ଭୁଆର ସାମ୍ନା ଓ ପଛପଟୁ ସୁଟିଂ ହୋଇଛି । ଏବେ ସବୁ କ୍ୟାମେରାକୁ କାଢି ନେଇଛି ବନ ବିଭାଗ । କିନ୍ତୁ ଲାଗିଥିବା ଜନ୍ତା ଏବେ ସେହି ସ୍ଥାନରେ ଅଛି । ଭୟ ନ କରିବା ପାଇଁ ରେଂଜ ଅଫିସର ପରାମର୍ଶ ଦେଇଛନ୍ତି ।