ଆଜି ଭୁବନେଶ୍ୱରରେ ତେଜସ୍ୱିନୀ

ଆଜି ଭୁବନେଶ୍ୱରରେ ତେଜସ୍ୱିନୀ


 ଭୁବନେଶ୍ୱର, ୨୭ା୪ : ଗତ କିଛି ବର୍ଷ ଧରି; ବିଶେଷ କରି କରୋନା ପରେ ପରେ ଓଡ଼ିଆ ସିନେମା ନିର୍ମାଣର ଧାରା ବେଶ୍ ପରିବର୍ତ୍ତନ ହୋଇଛି ବୋଲି କୁହାଯାଇପାରିବ  । ଅନ୍ୟ ଭାଷାର ଫିଲ୍ମକୁ ସିଧାସଳଖ ନକଲ କରିବା ବଦଳରେ ଆମ ନିର୍ମାତା ନିଦେ୍ର୍ଦଶକମାନେ କିଛି ପରୀକ୍ଷା ନିରୀକ୍ଷା କରିବାକୁ ଅଧିକ ପସନ୍ଦ କରୁଛନ୍ତି  । ଆମ ଓଡ଼ିଶାର ମୌଳିକ କାହାଣୀକୁ ନେଇ ତିଆରି ହେଉଛି ସିନେମା ଓ ତାହା ହୃଦୟଗ୍ରାହୀ ହେଉଛି  । ‘ଦମନ’, ‘ପ୍ରତୀକ୍ଷା’, ‘ଫାଲ୍ଗୁନ ଚୈତ୍ର’, ‘ତି୍ରକନ୍ୟା’, ‘ଦଶମ’, ‘ଭୋଟ’, ‘ସିନ୍ଦୂର’ ଆଦି ଚଳଚ୍ଚିତ୍ର ଏହି ଧାରାର ଗୋଟିଏ ଗୋଟିଏ ଚଳଚ୍ଚିତ୍ର  । ସେହି ଧାରାରେ ସାମିଲ ହେବାକୁ ଯାଉଛି ଆଉ ଏକ ସିନେମା, ଯାହାକୁ ପରଦାରୁ ଦେଖି ପ୍ରେରଣା ପାଇବେ ସିନେପ୍ରେମୀ’  । ଏଭଳି ଜଣେ ପ୍ରେରଣାଦାୟିନୀ ମହିଳା ହେଉଛନ୍ତି କେ. କି୍ରଷ୍ଣା କୁମାରୀ  । ପିଲାଟିବେଳୁ ସମାଜସେବା ପାଇଁ ସମର୍ପିତା କି୍ରଷ୍ଣା କୁମାରୀଙ୍କ ଜୀବନ କାହାଣୀକୁ ନେଇ ତିଆରି ହେଉଛି ନୂଆ ସିନେମା ‘ତେଜସ୍ୱିନୀ’  । ଫିଲ୍ମର ନିଦେ୍ର୍ଦଶନା ଦେବା ସହିତ ସଂଳାପ, ଚିତ୍ରନାଟ୍ୟ ରଚନା କରିଛନ୍ତି ଅଭିନେତା ତଥା ନିଦେ୍ର୍ଦଶକ କୁନାଲ ପଟ୍ଟନାୟକ  । ସଂଗୀତ ନିଦେ୍ର୍ଦଶନା ଦେଇଛନ୍ତି ଟୁନା ଭାଇ ଓ ଉନା ଭାଇ  । ପ୍ରଯୋଜନା କରିଛନ୍ତି ଜୟଲକ୍ଷ୍ମୀ ମିଶ୍ର  । ଗଞ୍ଜାମର କୁକୁଡ଼ାଖଣ୍ଡି, ଖୋର୍ଦ୍ଧାର ଆରିକମା ପଞ୍ଚାୟତ ଅଞ୍ଚଳରେ ସିନେମାର ବିଭିନ୍ନ ଦୃଶ୍ୟ ସୁଟିଂ କରାଯାଇଛି  । ଏ ଫିଲ୍ମର ବିଭିନ୍ନ ଚରିତ୍ରରେ କୁନା ତି୍ରପାଠୀ, ସୁଶ୍ରୀ ରଥ, ପଲ୍ଲବୀ, ଜୟଲକ୍ଷ୍ମୀ, ଜୀବନ ପଣ୍ଡା, ବବି ମିଶ୍ର, ନବଜ୍ୟୋତି, ପଦିଆ, ବଂଶୀ ପଣ୍ଡା, କୁନାଲ ପ୍ରଭୁ ଅଭିନୟ କରିଛନ୍ତି  । ସବୁଠୁ ବଡ଼ କଥା ହେଉଛି, ଚଳଚ୍ଚିତ୍ରଟି ଯାହା ବ୍ୟବସାୟ କରିବ ତାହାକୁ ଦୃଷ୍ଟିବାଧିତ ପିଲାମାନେ ପଢ଼ୁଥିବା ବିଦ୍ୟାଳୟକୁ ପ୍ରଦାନ କରାଯିବ ବୋଲି ଘୋଷଣା କରିଛି ପ୍ରଯୋଜନା ସଂସ୍ଥା  ।