ସୁପର ଓଭରରେ ହେଲା ନିଷ୍ପତ୍ତି
ନୂଆଦିଲ୍ଲୀ : ଦିଲ୍ଲୀ ଟାର୍ଗେଟ ଦେଇଥିଲା ୧୮୮ ରନ୍ । ରାଜସ୍ଥାନ ବି କଲା ୧୮୮ ରନ୍ । ଶେଷରେ ସୁପର ଓଭରରେ ହେଲା ନିଷ୍ପତ୍ତି । ସଂଘର୍ଷପୂର୍ଣ୍ଣ ମ୍ୟାଚ୍ଥିଲା । ଶେଷ ପର୍ଯ୍ୟନ୍ତ ଜଣାପଡ଼ୁନଥିଲା କିଏ ଜିତିବ କିଏ ହାରିବ । ଶେଷରେ ରାଜସ୍ଥାନର ଜୟସ୍ୱାଲ ଅର୍ଦ୍ଧଶତକ କରି ମ୍ୟାଚ୍କୁ ନିଜ ସପକ୍ଷରେ ନେଇଥିଲେ ହେଲେ କିଛି ଲାଭ ହେଇନଥିଲା । ଶେଷରେ ଦୁଇ ଦଳ ମଧ୍ୟରେ ସୁପର ଓଭରରେ ନିଷ୍ପତ୍ତି ହେଲା ।
ଆଗେଇ ଚାଲିଛି ଆଇପିଏଲ୍ । ଆଜି ସନ୍ଧ୍ୟାରେ ୩୨ତମ ମ୍ୟାଚ୍ ଖେଳାଯାଉଛି । ଏଥିରେ ମୁହାଁମୁହିଁ ହୋଇଥିଲେ ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲ୍ସ । ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୮୮ ରନ କରିଥିଲା । ଅଭିଷେକ ପୋରେଲ ସର୍ବାଧିକ ୪୯ ରନ କରିଥିବା ବେଳେ କେଏଲ୍ ରାହୁଲ ୩୮ ରନ ଓ ଅଧିନାୟକ ଅକ୍ଷର ପଟେଲ୍ ଦ୍ରୁତ ୩୪ ରନ କରିଥିଲେ । ମ୍ୟାଚ୍ ଜିତିବା ପାଇଁ ରାଜସ୍ଥାନ ସମ୍ମୁଖରେ ୧୮୯ ରନର ବିଜୟ ରହିଥିଲା । ବୋଲିଂରେ ରାଜସ୍ଥାନ ପକ୍ଷରୁ ଜୋଫ୍ରା ଆର୍ଚ୍ଚର ୨ଟି ୱିକେଟ୍ ନେଇଥିଲେ ।
ଏହି ମ୍ୟାଚ୍ ରାଜସ୍ଥାନ ରୟାଲ୍ସ ପାଇଁ ଜିତିବା ଜରୁରୀ । କାରଣ ଦଳ ୬ଟି ମ୍ୟାଚ୍ରୁ ମାତ୍ର ଦୁଇଟି ଜିତି ପଏଣ୍ଟ ଟେବୁଲର ଅଷ୍ଟମ ସ୍ଥାନରେ ରହିଛି । ଜିତିଲେ ଦଳର ସ୍ଥିତିରେ ସୁଧାର ଆସିବା ସହ ଦଳ ପ୍ଲେ ଅଫ୍ ଦୌଡରେ ରହି ପାରିବ । ଅନ୍ୟପଟେ ଦିଲ୍ଲୀ ଜିତିଲେ ୧୦ ପଏଣ୍ଟ ସହ ଅଙ୍କ ତାଲିକାର ଶୀର୍ଷକୁ ଉଠିବ ।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀର ଦୁଇ ଓପନର ଜେକ ମ୍ୟାକ ଗର୍ଗ ଓ ଅଭିଷେକ ପୋରେଲ୍ ୩୪ ରନ ଯୋଡିଥିଲେ । ମ୍ୟାକଗର୍ଗ ୯ ରନ କରି ପୁଣି ଥରେ ନିରାଶ କରିଥିଲେ । ତେବେ କରୁଣ ନାୟର(୦) ରନ ଆଉଟ୍ ହେବା ଦିଲ୍ଲୀକୁ ବଡ ଝଟକା ଲାଗିଥିଲା । ଏହା ପରେ ପୋରେଲ୍ ଓ କେଏଲ ରାହୁଲ ତୃତୀୟ ୱିକେଟ୍ ପାଇଁ ୬୩ ରନ ଯୋଡିଥିଲେ । ୯୭ ରନ ସ୍କୋରରେ କେଏଲ ରାହୁଲ ବ୍ୟକ୍ତିଗତ ୩୮ ରନ କରି ଆଉଟ୍ ହୋଇଥିଲେ । ପୋରେଲ୍ ଏକ ରନରୁ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ । ସେ ୩୭ ବଲରୁ ୫ ଚୌକା ଓ ୧ ଛକା ସହ ୪୯ ରନ କରିଥିଲେ ।
ଅଧିନାୟକ ଅକ୍ଷର ପଟେଲ୍ କ୍ରିଜକୁ ଆସିବା ମାତ୍ରେ ବିସ୍ଫୋରକ ବ୍ୟାଟିଂ କରିଥିଲେ । ସେ ୧୪ ବଲ୍ରୁ ୪ ଚୌକା ଓ ୨ ଛକା ସହ ୩୪ ରନ କରିଥିଲେ । ଶେଷ ଆଡକୁ ଟ୍ରିଷ୍ଟନ ଷ୍ଟବ୍ସ ୧୮ ବଲରୁ ୩୪ ରନର ଅପରାଜିତ ଇନିଂସ ଖେଳିଥିଲେ । ଆଶୁତୋଷ ଶର୍ମା ୧୫ ରନ କରିଥିଲେ । ଦିଲ୍ଲୀ ୨୦ ଓଭରରେ ୫ ୱିକେଟ୍ ହରାଇ ୧୮୮ ରନ କରିଥିଲା ।