ବାବା ବୁଢା ଗଣେଶଙ୍କ ଭସାଣିରେ ଦୁଲୁକିଲା ବଜାର
ଭଦ୍ରକ : ଭଦ୍ରକରେ ହେଉଥିବା ଐତିହାସିକ ଗଣେଶ ପୂଜାର ଶେଷ ପର୍ଯ୍ୟାୟରେ ବାବା ବୁଢା ଗଣେଶ ମହା ସମାରୋହର ଭସାଣିରେ ମେଲାଣି ନେଇଛନ୍ତି । ଭଦ୍ରକ ପୁରୁଣା ବଜାର ମଠ ସ୍ଥଳୀ ପାଖରେ ମାସେ ଧରି ସମ୍ପୂର୍ଣ ରୀତି ନୀତିରେ ପୂଜା ପାଆନ୍ତି । ଏହି ବୁଢା ଗଣେଶ ହେଉଛନ୍ତି ସର୍ବ ପୁରାତନ ପାଞ୍ଚ ସହ ବର୍ଷ ତଳର ପୂଜା ମଣ୍ଡପରେ ପୂଜା ହୋଇଥାଏ । ମାସେ ମଧ୍ୟରେ ସେଠାରେ ଭାଇଚାରା ଭିତରେ ପୂଜାରେ ସଭା ଠାରୁ ପ୍ରସାଦ ସେବନ ହୋଇଥାଏ । ତେବେ ଆଜି ବାବାଙ୍କୁ ମଣ୍ଡପରୁ କାନ୍ଧୁଆ କାନ୍ଧ ମଞ୍ଚରେ ବୋହି ବୋହି ବାଦ୍ୟ ନୃତ୍ୟର ଘଣ୍ଟଘଣ୍ଟା ସହ ଶୋଭାଯାତ୍ରାରେ ନିଆ ଯାଇଛି । ଅନେକ ପ୍ରକାର ବାଦ୍ୟ ନୃତ୍ୟ ସଂଗୀତ ଡ୍ରମ ଠାରୁ ଶଙ୍ଖୁଆ ଠାରୁ ମାଦଳ ଠାରୁ ଅଘୋରୀ ଶିବ ତାଣ୍ଡବ ଇତ୍ୟାଦି ଇତ୍ୟାଦି ହଜାର ହଜାର ଭକ୍ତଙ୍କ ନାଚ ବୁଢା ଗଣେଶ କି ଜୟ ନାରାରେ ପୁରୁଣା ବଜାର ପ୍ରକମ୍ପିତ ହୋଇଛି । ଶତାଧିକ କମିଟି କର୍ମକର୍ତ୍ତା ଓ ବ୍ୟାପକ ପୋଲିସ ମୁତୟନ ଭିତରେ ଭସାଣି ଶାନ୍ତି ଶୃଙ୍ଖଳାରେ ଶେଷ ହୋଇଛି । ପୂଜା ପାଉଥିବା ବାବା ବୁଢା ଗଣେଶଙ୍କ ଭଷାଣି ଉତ୍ସବରେ ପୁରୁଣା ବଜାର ଦୁଲକି ଉଠିଛି । ପ୍ରାୟ ୧୫ ପ୍ରକାର ବାଦ୍ୟ, ନୃତ୍ୟ ଓ ସଂଗୀତର ମାହୋଲରେ ଲୋକେ ଆନନ୍ଦିତ ହୋଇଛନ୍ତି । କମିଟିର ଶତାଧିକ କର୍ମକର୍ତ୍ତା ଓ ଭଦ୍ରକ ପୁଲିସର ସ୍ୱତନ୍ତ୍ର ଟିମ୍ ସହଯୋଗରେ ଶାନ୍ତି ଶୃଙ୍ଖଳାରେ ଭଷାଣୀ ଉତ୍ସବ ପୁରୁଣା ବଜାର ସହର ପରାକ୍ରମା କରିଛି ।