ବରଗଡ଼ ଜିଲା ପାଇଁ ଗୌରବ : OPSCରେ ପ୍ରିୟଙ୍କା ଓ ସୌରଭ ସଫଳ

ଓଡ଼ିଶା ଲୋକ ସେବା ଆୟୋଗ ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ (ଓସିଏସ୍‌) ପରୀକ୍ଷାରେ ବରଗଡ଼ ସହରର ୨ଜଣ ପ୍ରିୟଙ୍କା ସାହୁ ଏବଂ ସୌରଭ ମିତ୍ତଲ କୃତିତ୍ୱ ଅର୍ଜନ କରି ଜିଲା ପାଇଁ ଗୌରବ ଆଣିଛନ୍ତି । ସ୍ଥାନୀୟ ବାନ୍ଦୁଟିକ୍ରା ବାସିନ୍ଦା ସିମାଞ୍ଚଳ ସାହୁ ଓ ସୁଶୀଳା ସାହୁଙ୍କ କନିଷ୍ଠ ଝିଅ ପ୍ରିୟଙ୍କା ସଫଳ ତାଲିକାର ୨୨୪ତମ ସ୍ଥାନରେ ରହିଛନ୍ତି । ସେହିପରି ବରଗଡ଼ର ଗଣେଶ ନଗର ନିବାସୀ ଶ୍ୟାମ ସୁନ୍ଦର ମିତ୍ତଲ ଓ ସଞ୍ଜୁ ଦେବୀଙ୍କ ପୁଅ ସୌରଭ ୩୫ତମ ସ୍ଥାନରେ ରହି ସଫଳତା ହାସଲ କରିଛନ୍ତି । ଉଭୟଙ୍କ ଏହି ସଫଳତାରେ ବରଗଡ଼ ସହର ସମେତ ସାରାଜିଲାରେ ଖୁସି ପ୍ରକାଶ ପାଇଥିବାବେଳେ ସେମାନଙ୍କୁ ବିଭିନ୍ନ ମହଲରୁ ଅଭିନନ୍ଦନର ସୁଅ ଛୁଟୁଛି।