ନାରୀ ସୁରକ୍ଷା ପ୍ରସଙ୍ଗରେ ବିଜେଡ଼ିର ହାଲ୍ଲାବୋଲ
ଭଦ୍ରକ : ବିଜୁ ଯୁବ ଓ ଛାତ୍ର ଜନତା ଦଳର ଘୋଷଣା ଆଧାରରେ ଅଗଷ୍ଟ ୧ ରୁ ୮ ପର୍ଯ୍ୟନ୍ତ ଛାତ୍ରୀ ଓ ମହିଳାଙ୍କୁ ସୁରକ୍ଷା ଓ ଏଫ୍ଏମ୍ କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଆଜି ଷଷ୍ଠ ଦିନରେ ରାଜ୍ୟର ବିଭିନ୍ନ କଲେଜର ଛାତ୍ରଛାତ୍ରୀମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ରାଜ୍ୟର ବିଭିନ୍ନ ଅଞ୍ଚଳରେ ଘଟୁଥିବା ଛାତ୍ରୀ ଓ ନାରୀ ବିରୋଧୀ ଘଟଣାର ପ୍ରତିବାଦରେ ବିଜେଡି ଛାତ୍ର ଓ ଯୁବ ପକ୍ଷରୁ ରଣହୁଙ୍କାର ଦିଆଯାଇଛି । ଏହି ଘଟଣାର ପ୍ରତିବାଦ କରି ଆଜି ଛାତ୍ରୀ ଓ ନାରୀଙ୍କ ଉପରେ ନିର୍ଯାତନା ଓ ଅପରାଧ ବିରୁଦ୍ଧରେ ତ୍ୱରିତ ଉପଯୁକ୍ତ ପୁଲିସ କାର୍ଯ୍ୟାନୁଷ୍ଠାନ ଦାବିରେ ଛାତ୍ର ନେତା ସୌମ୍ୟ ରଞ୍ଜନ ମହାପାତ୍ର(ସୁମନ) ଙ୍କ ନେତୃତ୍ୱରେ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ସମ୍ମୁଖରୁ ଛାତ୍ର ବିଜେଡିର ଶୋଭାଯାତ୍ରା ବାହାରି ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଅଫିସ ଆଗରେ ପ୍ରତିବାଦ କରିବା ସହ ସ୍ମାରକପତ୍ର ପ୍ରଦାନ କରିଥିଲେ । ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ, ଭଦ୍ରକ ଚରମ୍ପା ମହାବିଦ୍ୟାଳୟ ଏବଂ ଭଦ୍ରକ ମହିଳା ମହାବିଦ୍ୟାଳୟ ର ଛାତ୍ରୀମାନେ ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଡିଜିଙ୍କ ଉଦେ୍ଦଶ୍ୟରେ ସ୍ମାରକପତ୍ର ପ୍ରଦାନ କରିବା ସହ ରାଜ୍ୟ ବିଜେପି ସରକାରଙ୍କୁ କଡା ସମାଲୋଚନା କରିଥିଲେ । କାମେଶ ବାରିକ, ଶାନ୍ତନୁ ବିଶ୍ୱାଳ, ଯତୀନ ମିଶ୍ର, ଅଭିନାଶ ପୃଷ୍ଟୀ, ରଞ୍ଜନ ନାୟକ, ରାକେଶ ଜେନା, ରାକେଶ ରୋୟ, ସୁରଜ ସିଂହ, ସ୍ମୃତି ରଞ୍ଜନ ନାଥ, ମିଲନ ପୃଷ୍ଟି, ଦିବ୍ୟଜ୍ୟୋତି ନାୟକ, ଶୁଭ୍ରାଂଶୁ ବିଶ୍ୱାଳ, ରାଜେନ୍ଦ୍ର ନାୟକ, ସାହିଲ ଖାନ, ସୌମ୍ୟବ୍ରତ ସାହୁ, ଏସ ଭବାନୀ, ରାକେଶ ମଲ୍ଲିକ, ରୋହିତ ଚୌଧୁରୀ, କାହ୍ନୁ ଚରଣ ନାୟକ, ଲକ୍ଷ୍ମୀଧର ଦଳେଇ, ଗୌତମ ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।