ଦୋକାନର ଖାଦ୍ୟ ଯାଞ୍ଚ ଓ ବାସି ଖାଦ୍ୟ ନଷ୍ଟ
ତିହିଡ଼ି: ତିହିଡ଼ି ବ୍ଲକରେ ମଧ୍ୟ ହଇଜା ରୋଗ ବ୍ୟାପିବା ଆରମ୍ଭ କରିଛି । ଏହାକୁ ନିୟନ୍ତ୍ରଣରେ ରଖିବା ପାଇଁ ତିହିଡ଼ି ବିଡିଓ ନିରଂଜନ ବାରିକ, ତହସିଲଦାର ଜୟଦ୍ରଥ ଆଚାର୍ଯ୍ୟ, ଭଦ୍ରକ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ସୁବାଷ ଚନ୍ଦ୍ର ନାୟକ, ବ୍ଲକ ସୁରକ୍ଷା ଅଧିକାରୀ ନିହାର ରଂଜନ ରାଉତ ପ୍ରମୁଖ ପୁଲିସ ଉପସ୍ଥିତିରେ ତିହିଡ଼ି ବଜାର ବିଭିନ୍ନ ଖାଦ୍ୟ ଦୋକାନ ବୁଲିବୁଲି ପ୍ରସ୍ତୁତ ଖାଦ୍ୟ ଯାଞ୍ଚ କରିଥିଲେ । ବାସୀ ଖାଦ୍ୟ ନଷ୍ଟ କରିଦିଆଯାଇଥିଲା । ଦୁଇ ଦିନ ପରେ ପୁଣି ଯାଞ୍ଚ ହେବ ଓ ଖିଲାପକାରୀ ବ୍ୟବସାୟୀଙ୍କ ଠାରୁ ଜୋରିମାନା ଆଦାୟ କରାଯିବ ବୋଲି ସେମାନଙ୍କୁ ସଚେତନ କରାଇଦିଆଯାଇଥିଲା । ସୂଚନାଯୋଗ୍ୟ ଯେ, ଗତ ତିନି ଦିନରେ ତିହିଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୩୪ ଜଣ ରୋଗୀ ଭର୍ତ୍ତି ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ କେତେକ ସୁସ୍ଥ ହୋଇ ଫେରିଯାଇଥିବା ଜଣାଯାଇଛି । ତିହିଡ଼ି ବ୍ଲକ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ନଳକୂପ ଗୁଡ଼ିକରେ ବ୍ଲିଚିଂ ପକାଯାଇ ବିଶୋଧନ କରାଯାଉଛି ।