ମୋବାଇଲ ଦୋକାନ ଲୁଟ ମାମଲା: ଅନ୍ଧାରରେ ବାଡି ବୁଲାଉଛି ପୁଲିସ

 ଭଣ୍ଡାରିପୋଖରୀ : ଭଣ୍ଡାରିପୋଖରୀ ବଜାର ମା’ତାରେଣୀ ମୋବାଇଲ ପଏଣ୍ଟ ଦୋକାନରୁ ଗତ ଶୁକ୍ରବାର ରାତ୍ରରେ ୮୦ ଲକ୍ଷ ଟଙ୍କା ମୂଲ୍ୟର ମୋବାଇଲ ଲୁଟ୍ ହୋଇଥିଲା । ଘଟଣାରେ ପୁଲିସ ବିଭିନ୍ନ ସନ୍ଦିଗ୍ଧକୁ ପଚରାଉଚରା ଚଳାଇଛି । ମାତ୍ର କାହାରିକୁ ଗିରଫ କରାଯାଇ ନାହିଁ କିମ୍ବା କୌଣସି ଚୋରି ସାମଗ୍ରୀ ଉଦ୍ଧାର ହୋଇପାରିନାହିଁ । ଗତ ଶନିବାର ରାତ୍ରରେ ଏକାଧିକ ପୁଲିସ ଦଳ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ ମଧ୍ୟ ସଫଳତା ମିଳିପାରି ନାହିଁ । ଘଟଣାରେ ସ୍ଥାନୀୟ ସଂପୃକ୍ତି ଓ ସିନ୍ଧିଚୋରି ଆଦି ଦିଗକୁ ଆଧାର କରି ତଦନ୍ତ ହେଉଥିଲେ ବି ଚୋରି ସମାଗ୍ରୀ ଉଦ୍ଧାରକୁ ଅପେକ୍ଷା କରିଛନ୍ତି ଦୋକାନ ମାଲିକ ।