ବାର୍ଷିକ ଫୁଟବଲ ଟୁର୍ଣ୍ଣାମେଣ୍ଟ ୬-୧ରେ ଖଇରାବାଦ ବିଜୟୀ

 ଭୁବନେଶ୍ୱର  : ବରୀର ୟଙ୍ଗଷ୍ଟାର ଆଥେଲେଟିକସ ଆନୁକୂଲ୍ୟରେ ସ୍ଥାନୀୟ କୃପାସିନ୍ଧୁ ବିଦ୍ୟାଭବନ ଖେଳ ପଡ଼ିଆ ଠାରେ ୨୨ରୁ ଆରମ୍ଭ ହୋଇଥିବା ଟୁର୍ଣ୍ଣାମେଣ୍ଟର ଆଜି ଥିଲା ଦ୍ୱିତୀୟ ଦିନ । ଆଜିର ଖେଳକୁ ବରୀ ତହସିଲଦାର ଦୀପ୍ତିମୟୀ ବେହେରା, ରମ୍ପା ସମିତିସଭ୍ୟା ଜ୍ୟୋତିର୍ମୟୀ ବେହେରା ଅତିଥିଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ । ଆଜିର ଖେଳ ମହାଲକ୍ଷ୍ମୀ କ୍ଲବ ଖଇରାବାଦ ଓ ଆରେକ କ୍ଲବ୍ ବରୁଆ ମଧ୍ୟରେ ହୋଇଥିବା ବେଳେ ୬-୧ ଗୋଲରେ ବରୁଆକୁ ହରାଇ ଖଇରାବାଦ ବିଜୟୀ ହୋଇଛି । ଖେଳକୁ ତାଜଉଦିନ ଖାନ, ସୁଶାନ୍ତ ବିଶ୍ୱାଳ, ରାଜେନ୍ଦ୍ର କୁଣ୍ଡୁ ପରିଚାଳନା କରିଥିଲେ । ଆସନ୍ତା କାଲି ସେମିଫାଇଲନାଲ ମ୍ୟାଚ ଡିଏଫ ଧର୍ମଶାଳା ଓ ଦାନଗଦୀ ମଧ୍ୟ୍ୟରେ ଅନୁଷ୍ଠିତ ହେବ । ସେହିପରି ପ୍ରଥମ ଦିନ ଖେଳକୁ ବିଜେପି ନେତା ଉମେଶ ଜେନା, ପୂର୍ବତନ ଜିଲ୍ଲାସଭାପତି ଆଶୁତୋଷ ପରିଡା, ସରପଞ୍ଚ ମାନସ ଜେନା ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ଧର୍ମଶାଳା ସ୍ପୋର୍ଟ୍ସ ଏକାଡେମୀ ବନାମ କଳିଙ୍ଗନଗର ଫୁଟବଲ୍ କ୍ଲବ ମଧ୍ୟ୍ୟରେ ପ୍ରଥମ ମ୍ୟାଚ୍ ଅନୁଷ୍ଠିତ ହେଇଥିଲା ।