ରଥଯାତ୍ରା ପାଇଁ ମକ୍ଡି୍ରଲ
ଆଗାମୀ ରଥଯାତ୍ରାକୁ ଶୃଙ୍ଖଳିତ ତଥା ସୁରକ୍ଷିତ ଭାବେ ସଂପର୍ଣ୍ଣ ପାଇଁ ବିଭିନ୍ନ ବିଭାଗ ମଧ୍ୟରେ କିଭଳି ସମନ୍ୱୟ ରକ୍ଷା କରାଯାଇପାରିବ ତାହାକୁ ନେଇ ଏକ ମକ୍ଡ଼୍ରିଲ ଟାଉନଥାନା ପରିସରର ସମନ୍ୱିତ ନିୟନ୍ତ୍ରିତ କକ୍ଷ ବା ଇଣ୍ଟିଗ୍ରେଟେଡ଼ କମାଣ୍ଡ ଓ କଣ୍ଟ୍ରୋଲ କେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଳାପାଳ (ପ୍ରଶାସନ) ଶରତ ଚନ୍ଦ୍ର ବେହେରା ଚଳିତ ରଥଯାତ୍ରାକୁ ଦୁର୍ଘଟଣା ମୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଦଶ ଦେଇଛନ୍ତି ବୋଲି କହିଥିଲେ । ପୂର୍ବବର୍ଷ ତୁଳନାରେ ଚଳିତ ବର୍ଷ ଅଧିକ ଜନସମାଗମ ଆଶା କରାଯାଉଛି । ତେଣୁ ପ୍ରତ୍ୟେକ ବିଭାଗର କର୍ମଚାରୀମାନେ ଯାତ୍ରୀଙ୍କ ସୁବିଧା ଓ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ । ସମସ୍ତ କାର୍ଯ୍ୟକୁ ବିଭିନ୍ନ ବିଭାଗ ସଠିକ୍ ଭାବେ ପରିଚାଳନା କରୁଛନ୍ତି ତାହାର ଏକ ବାସ୍ତବ ବ୍ୟବସ୍ଥାର ଅନୁଧ୍ୟାନ ପାଇଁ ମକ୍ଡ଼ି୍ରଲର ପରିକଳ୍ପନା କରାଯାଇଛି । ଏହି ମକ୍ଡ଼ି୍ରଲ୍ ଦ୍ୱାରା ଆମେ ସମସ୍ତେ ସଶକ୍ତ ହେବା ସହ କାର୍ଯ୍ୟକୁ ଖୁବ୍ ଭଲ ଭାବରେ ପରିଚାଳନା କରିବାର ଅଭିଜ୍ଞତା ହାସଲ କରିପାରିବା ବୋଲି ଶ୍ରୀ ବେହେରା କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୌରନିର୍ବାହୀ ଅଧିକାରୀ ଅଭିମନୁ୍ୟ ବେହେରା, ଉପଜିଲ୍ଳାପାଳ ରାଜକିଶୋର ଜେନା, ଡ଼ି.ଆଇ.ବି ଅତିରିକ୍ତ ଏସ୍.ପି ଦେବୀପ୍ରସାଦ ପ୍ରତାପ, ଅତିରିକ୍ତ ଏସ୍.ପି ସୌମ୍ୟରଂଜନ ମଲ୍ଲିକ, ଏନ୍.ଡ଼ି.ଆର.ଏଫ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଗୌରବ ଜେନଗେଟ ପ୍ରମୁଖ ମକ୍ଡ଼ି୍ରଲ୍ରେ ଅଂଶଗ୍ରହଣ କରିଥିଲେ ।