ମୁନସୀ ମେଳଣ ଉଦ୍ୟାପିତ

 ଧର୍ମଶାଳା: ଧର୍ମଶାଳା ମୁନସୀ ମେଲଣ ଉଦ୍ୟାପିତ ହୋଇଯାଇଛି । ପ୍ରଥମେ ଚୋରମୁହାଁର ଥାନପତି ବିମାନ ରୋଶଣୀରେ ଆସି ମେଲଣ ପଡିଆ ଚାରାରେ ବିରାଜମାନ କରିଥିଲେ । ପରେ ଗୋପାଳପୁର, ସ୍ୱାଇଁସାହି, କୁଣ୍ଡପାଟଣା,ଢିହସାହି, ଚକଗୋପାଳପୁର, ପ୍ରଥମଖଣ୍ଡି, ତରାପୁର, କୋଳଥଳ, ବଡଚଣାବାରି, ନରସିଂହପୁର, ଦୁବଗଡିଆ, ଚହଟା, ଦୌଲତପୁର, ନାଉପାଳ, ବାଲିଗରି, ଅଚୁ୍ୟତପୁର, ହରିପୁର, କୋହ୍ଲା, ବଂଟରାଶାଶନ, ବାଟିଜଙ୍ଘା, ଭୁଷଣ୍ଡପୁର, ଶ୍ରୀମନ୍ତପୁର, ଅଭୟପୁର, ନିଳାଦେଇପୁର, ରାଣୀବନ୍ଦୀ ଆଦି ସ୍ଥାନରୁ ୩୫ ଗୋଟି ରାଧାକୃଷ୍ଣଙ୍କ  ବଡବିମାନ ଅଂଶଗ୍ରହଣ କରି ଫଗୁ ଖେଳିବା ସହ ଠାକୁରବାଡିଆମାନେ ବାଜା, ବାଣ ଓ ଭଜନ କିର୍ତନ କରି ସହ ରୋଶଣୀ କରି ମେଲଣ ପଡିଆସ୍ଥିତ ଚାରାରେ ବିଜେ କରିଥିଲେ । ମୁନସୀ ମେଲଣ ନାମରେ ନାମିତ ହୋଇଥିବାରୁ ଥାନା ଏବଂ ମେଲଣ କମିଟି ଦ୍ୱାରା ଏହା ପରିଚାଳିତ ହୋଇଥାଏ ବ୍ରିଟିସ ଅମଳରୁ ହୋଇ ଆସୁଥିବା ଏହି ମେଲଣରେ ପୁଲିସ ଓ ସାଧାରଣ ଲୋକେ ଏକାକାର ହୋଇ ପରସ୍ପର ଉପରକୁ ଅବିର ଲାଗାଇଥାନ୍ତି । ଆଖପାଖ ଅଞ୍ଚଳର ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁମାନେ ଆସି ବିମାନରେ ବିରାଜମାନ ରାଧାକୃଷ୍ଣଙ୍କୁ ଦର୍ଶନ କରିବା ସହ ମେଲଣ ପଡିଆରେ କିଣା କିଣି କରୁଥିବା ଦେଖିବାକୁ ମିଳିଥିଲା । ଶାନ୍ତି ଶୃଙ୍ଖଳା ରକ୍ଷା ଲାଗି ମେଳଣ କମିଟି ଓ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ମେଲଣ କମିଟିର ଉପଦେଷ୍ଟା ବିପିନ ବିହାରୀ ନାୟକ, ସଭାପତି ତଥା ଥାନା ଅଧିକାରୀ ରଞ୍ଜନ କୁମାର ମାଝି, ଉପସଭାପତି ଆଲୋକ ଲେଙ୍କା, ନାରାୟଣ ମଲିକ, ଗଗନ ବରାଳ, ସମ୍ପାଦକ ପ୍ରମୋଦ ଦାସ, ସହ ସମ୍ପାଦକ ଶରତ ଓଝା, ସାଂସ୍କୃତିକ ସମ୍ପାଦକ ପ୍ରବୋଧ ପାତ୍ର, କୋଷାଧ୍ୟକ୍ଷ ମନୋଜ ରାଉଳ, ସଂଯୋଜକ ଦେବରାଜ ମିଶ୍ର, ରବିନ୍ଦ୍ର ମହାନ୍ତି, ବିଚିତ୍ର ସ୍ୱାଇଁ ସମେତ ସଦସ୍ୟ ସବ୍ୟସାଚୀ ସୁନ୍ଦରରାୟ, ପ୍ରଫୁଲ୍ଲ ରାଉତ, ଅମୀୟ ମହାନ୍ତି, ଗଙ୍ଗାଧର ମହାରଣା, ନୃସିଂହ ମହାନ୍ତି, ଜ୍ଞାନେନ୍ଦ୍ର ରାଉତ, ରମେଶ ମହାନ୍ତି, ରବିନ୍ଦ୍ର ଦାସ, ବିଷ୍ଣୁଚରଣ ପଣ୍ଡା, ପର୍ଶୁରମ ବିଶ୍ୱାଳ ଉପସ୍ଥିତ ରହି ମେଲଣ ପରିଚାଳନାରେ ସହଯୋଗ କରିଥିଲେ । କମିଟିର ସଭାପତି ସମ୍ପାଦକ ଓ ସଦସ୍ୟମାନେ ଉପସ୍ଥିତ ରହି ବିମାନରେ ବିରାଜମାନ ଠାକୁରଙ୍କ ନିକଟରେ ଭୋଗ ଲଗାଇ ବିଦାୟ ଦେଇଥିଲେ ।