ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ତାଲିକାରେ ୫ ସ୍କୁଲ 

 କେନ୍ଦୁଝର: ରାଜ୍ୟ ସରକାରଙ୍କ ତରଫରୁ ପଣ୍ଡିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାରେ ପ୍ରତି ଗ୍ରାମ ପଞ୍ଚାୟତରେ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ହୋଇଛି । ଏହି ଯୋଜନାରେ ରାଜ୍ୟର ପ୍ରତ୍ୟେକ ପଂଚାୟତରେ ଅଧିକ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ଗୋଟିଏ ଲେଖାଁଏ ବିଦ୍ୟାଳୟକୁ ଏହି ଯୋଜନାରେ ସାମିଲ କରାଯାଇଛି । ରାଜ୍ୟରେ ସମୁଦାୟକ ୬.୭୯୪ ଟି ବିଦ୍ୟାଳୟ ଏହି ଯୋଜନାରେ ସାମିଲ କରାଯିବ । ଏହି ପରିପ୍ରେକ୍ଷୀରେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ୧୧୭ ଟି ବିଦ୍ୟାଳୟ ଏବଂ କେନ୍ଦୁଝର ଜିଲ୍ଲାର ୫ଟି ବିଦ୍ୟାଳୟ ସାମିଲ ହେବ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ କେନ୍ଦୁଝର ଜିଲ୍ଲାରେ ୮୮ ଟି ବିଦ୍ୟାଳୟ ସାମିଲ ହେବ । ପ୍ରଥମ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଗାଁ ସ୍କୁଲ ରାଇକଳା ଉନ୍ନିତ ଉଚ୍ଚ ବିଦ୍ୟାଳୟ ସମେତ ହରିଚନ୍ଦନପୁର ବ୍ଲକର ଜାମୁଯୋଡି ସରକାରୀ ୟୁପିଏସ୍, ଘସିପୁରା ବ୍ଲକର ବାନର ସେନା ସରକାରୀ ୟୁପିଏସ, ପାଟଣା ବ୍ଲକର ସରକାରୀ ୟୁପିଏସ୍, ଆନନ୍ଦପୁର ବ୍ଲକର ମହେନ୍ଦ୍ର ନୋଡାଲ ୟୁପିଏସ ସ୍କୁଲକୁ ଚୟନ କରାଯାଇଛି ।