ଆମ୍ବେଦକରଙ୍କ ସମ୍ମାନ ଯାତ୍ରା 

 ଆସିକା : ଆସିକା କଂଗ୍ରସ ଦଳ ପକ୍ଷରୁ ଆମ୍ବେଦକରଙ୍କ ସମ୍ମାନ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀର କଂଗ୍ରେସ  ବିଧାୟକ ପାର୍ଥôନୀ ଡ଼. ସୁରଭି ବିଷୋୟୀଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବ୍ଲକ ସଭାପତି ସୁଶାନ୍ତ ରାଉତ, ଅନିଲ ବିଶ୍ୱାଳ, ପ୍ରଶାନ୍ତ ନାୟକ, ସରୋଜ ବିଶୋଇ, ବାଲକୃଷ୍ଣ ପାତ୍ର, ମାନସ, ସଞ୍ଜୟ ସମେତ ଅନେକ ଯୁବଛାତ୍ର ଓ ମହିଳା କଂଗ୍ରେସର ସଦସ୍ୟ ଯୋଗ ଦେଇଥିଲେ । କଂଗ୍ରେସ ପକ୍ଷରୁ ଡ଼. ସୁରଭି ବିଷୋୟୀଙ୍କ ବାସଭବନ ବାଣୀବିହାରରୁ ଏହି ରାଲିରେ ବାହାରି ବିଜୁ ପଟ୍ଟନାୟକ ଛକରେ ପହଞ୍ଚô ସେଠାରେ ଏକ ପ୍ରତିବାଦ ସଭା ଆୟୋଜନ କରାଯାଇଥିଲା । ଏହି ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଇସ୍ତଫା ଦାବି କରିବା ସହ ସେ କ୍ଷମା ପ୍ରାର୍ଥନା କରିବାକୁ ଦାବି କରିଥିଲେ । ଭାରତର ସମ୍ବିଧାନ ପ୍ରଣେତା ଆମ୍ବେଦକରଙ୍କ ପ୍ରତି ଶାହା ଦେଇଥିବା ମନ୍ତବ୍ୟ ଅତ୍ୟନ୍ତ ଲଜ୍ୟାଜନକ । ଯାହା ଦ୍ୱାରା ସଂସଦର ମର୍ଯ୍ୟାଦାକ୍ଷୁର୍ଣ୍ଣ ହେଉଛି । ତେଣୁ ଅମିତ ସାହା କ୍ଷମା ପ୍ରାର୍ଥନା କରିବା ସହ ମନ୍ତ୍ରୀ ପଦରୁ ଇସ୍ତଫା ଦେବା ପର୍ଯ୍ୟନ୍ତ କଂଗ୍ରେସ ଏଭଳି ଧାରା ଚାଲୁ ରଖିବ ବୋଲି କହିଛନ୍ତି ।