୫ ଦଫା ଦାବି ନେଇ ସିପିଆଇର ବିକ୍ଷୋଭ

ାା ପ୍ରଭାନୁ୍ୟଜ ।ା ନୀଳଗିରି : ନୀଳଗିରି ଉପଖଣ୍ଡ ଔପଦା ବ୍ଲକର ସନ୍ତରାଗଡ଼ିଆ ରାଜସ୍ୱ ନିରୀକ୍ଷକଙ୍କ ଅଫିସ ଆଗରେ ଭାରତୀୟ କମୁ୍ୟନିଷ୍ଟ ପାର୍ଟି( ସିପିଆଇ) ନୀଳଗିରି ଆଞ୍ଚଳିକ କମିଟି ପକ୍ଷରୁ ୫ ଦଫା ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବାତ୍ୟା ‘ଦାନା’କାରଣରୁ ଭାଙ୍ଗିଯାଇଥିବା ଘର, ଗୁହାଳ ଓ ଚାଷ ଜମିର ତଦନ୍ତ କରି ପଲିଥିନ ସହିତ ଘରଭଙ୍ଗା ଟଙ୍କା, ଚାଷଜମିର କ୍ଷୟକ୍ଷତି ଆକଳନ କରି ଆର୍ଥôକ ଭରଣା କରାଯିବା ନେଇ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏଥିସହିତ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅଧୀନରେ ଥିବା ଖାତା ନମ୍ବର ୮୦୯ , ଖସଡ଼ା ୯୦୫ - ବି ଅନ୍ତର୍ଗତ  ସମସ୍ତ ପ୍ଲଟରେ ଥିବା ସରକାରୀ ଜମିକୁ ପୁନରୁଦ୍ଧାର କରି ସରକାରୀ କାର୍ଯ୍ୟରେ ବ୍ୟବହାର କରିବା, ରାସ୍ତାକାମ ନାମରେ ଭାଙ୍ଗି ଦିଆଯାଇଥିବା ସମସ୍ତ ଦୋକାନୀମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା, ସନ୍ତରାଗଡିଆ ଆରଆଇ ଅଫିସ ତୁରନ୍ତ ନିର୍ମାଣ କରାଯିବା ନେଇ ଦାବି କରାଯାଇଥିଲା । ଏହି ବିକ୍ଷୋଭ ସମାବେଶ ବରିଷ୍ଠ ସିପିଆଇ ନେତା କୈଳାସ ଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସମାବେଶରେ ଜିଲ୍ଲା ସମ୍ପାଦକ ନିରଞ୍ଜନ ବାରିକ, ଜୋନ ସମ୍ପାଦକ ବିଜୟ ସ, ଶ୍ୟାମସୁନ୍ଦରପୁର ସରପଞ୍ଚ ପୁରୁଷୋତ୍ତମ ସେଠୀ, ସମିତିସଭ୍ୟ ଭୋଳାନାଥ ମାଝୀ,ଜିଲ୍ଲା ସହ ସମ୍ପାଦକ ଅନାମ ପ୍ରସାଦ ବାରିକ, ମାୟାଧର ନାୟକ, କୃଷକ ନେତା ପ୍ରଭାକର ମହାପାତ୍ର, ସମବାୟ ସମିତି ସଭାପତି ମନୋରଞ୍ଜନ ଦାସ, ବରିଷ୍ଠ ନେତା ସୀତାରାମ ଦାସ ପ୍ରମୁଖ ଉପସ୍ଥିତ ରହି ସ୍ଥାନୀୟ ଆଇଆଇଙ୍କ କାର୍ଯ୍ୟକଳାପକୁ ତୀବ୍ର ସମାଲୋଚନା କରିଥିଲେ । ନୀଳଗିରି ଆଡିସନାଲ ତହସିଲଦାର ଘଟଣା ସ୍ଥଳରେ ପହଞ୍ଚôବା ପରେ ୫ଶହରୁ ଊର୍ଦ୍ଧ୍ୱ ବାତ୍ୟା କ୍ଷତିଗ୍ରସ୍ତ ଚାଷୀ କ୍ଷୟକ୍ଷତି ତଦନ୍ତ ପାଇଁ ଲିଖିତ ଅଭିଯୋଗ କରିଥିଲେ । ତେବେ ସଠିକ୍ କ୍ଷୟକ୍ଷତି ଆକଳନ କରାଯାଇ ଉଚିତ ପଦକ୍ଷେପ ନିଆଯିବାର ପ୍ରତିଶ୍ରୁତି ପରେ ବିକ୍ଷୋଭ ପ୍ରତ୍ୟାହୃତ ହୋଇଥିଲା ।