ବାସନ୍ତୀ ଦୁର୍ଗାପୂଜା ପାଳିତ

 ପାଣିକୋଇଲି : ଷଠିପୁର ଠାରେ ମା’ବାସନ୍ତୀ ଦୁର୍ଗାପୂଜପାଳିତ ହେଉଛି । ବ୍ୟବସାୟୀ ସଂଘ ପକ୍ଷରୁ ପୂଜା ପାଳିତ ହେଉଥିବା ବେଳେ ଶୁକ୍ଳ ଷଷ୍ଠୀ ତିଥିରୁ ମାଙ୍କ ବେଲ୍ୱବରଣ, ସପ୍ତମୀ କଳସ ଯାତ୍ରା ଓ ଘଟ ସ୍ଥାପନା କରାଯିବା ପରେ ପ୍ରତୁ୍ୟଷରୁ ସୂର୍ଯ୍ୟପୂଜା, ଆବାହିତ ମଣ୍ଡଳ ଦେବତା ପୂଜା ପରେ ଷୋଡଶ ଉପଚାର ପୂଜା, ଚଣ୍ଡିପାଠ, ହୋମ ଯଜ୍ଞ ଆଦି କରାଯାଇଛି । ପୀଠର ପୂଜକ ନାରାୟଣ ପଣ୍ଡାଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନରେ ବିରଜା ମଣ୍ଡଳୀ ବେଦଜ୍ଞ ବ୍ରାହ୍ମଣଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯାଉଛି । ମଣ୍ଡପକୁ ଆର୍କଷଣୀୟ ଆଲୋକ ତୋରଣରେ ସୁସଜ୍ଜିତ କରାଯାଇଛି । ୫ଦିନ ବ୍ୟାପି ଏହି ପୂଜାକୁ ବଜାର ସଂଘର ସମସ୍ତ କର୍ମକର୍ତା ଏବଂ ସଠିପୁର ଗ୍ରାମବାସୀ ସହଯୋଗ କରୁଛନ୍ତି । ସେହିପରି ଶର୍ମା ଟାଙ୍କି ଠାରେ ଥିବା ମା ବାସନ୍ତୀ ଦୁର୍ଗାଙ୍କ ପୀଠରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତର ଜାଗୁଳାଇ ପୋଖରୀରୁ ପବିତ୍ର ଜଳ ଆଣି ମାଙ୍କର ଘଟ ସ୍ଥାପନା କରାଯାଇଥିଲା । ପୂଜକ ଭାବେ ଅଞ୍ଚଳର ବେଦଜ୍ଞ ବା୍ରହ୍ମଣ ଅକ୍ଷୟ କୁମାର ଦାଶ ମାଙ୍କର ପୁଜାର୍ଚ୍ଚନା କରିଥିବା ବେଳେ ଆନନ୍ଦ ଚନ୍ଦ୍ର ଓଝା କର୍ତା ଭାବେ ସଂକଳ୍ପ କରିଥିଲେ ।  ନୀଳମଣୀ ଦାସ, ନିରଂଜନ ନାୟକ, ଅରୁପାନନ୍ଦ ମଲ୍ଲିକ, ଦାମୋଦର ବିଶ୍ୱାଳ, ଅମରେନ୍ଦ୍ର ବିଶ୍ୱାଳ, ଇନ୍ଦ୍ରମଣୀ ନାୟକ, ପୂର୍ଣ୍ଣ ମଲିକ, ଗଣେଶ ମଲ୍ଲିକ ଓ ଚକ୍ରଧର ଓଝା ପ୍ରମୂଖ ପୂଜା କାର୍ଯ୍ୟ ପରିଚାଳନା କରିଥିଲେ ।