ଦୋକାନରୁ ଚୋରି, ୨ ଗିରଫ
ପୁରୀ: ସ୍ଥାନୀୟ ଚକ୍ରତୀର୍ଥ ବାଙ୍କୀ ମୁହାଁଣ ସ୍ଥିତ ଏକ ତେଜରାତି ଓ ଷ୍ଟେସନାରି ଦୋକାନରୁ ଚୋରି କରିବା ଅଭିଯୋଗରେ ଦୁଇଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ସମୁଦ୍ରକୂଳ ଥାନା ପୁଲିସ । ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ଖୋର୍ଦ୍ଧା ଜିଲ୍ଲା ବାଲିଅନନ୍ତା ଥାନା ସରକରା ଗ୍ରାମର ରଘୁନାଥ ଦାସଙ୍କ ପୁଅ ଅକ୍ଷୟ ଦାସ ଓରଫ ଲିଟୁ (୨୮) ଓ ପୁରୀ ଜିଲ୍ଳା ବଳଙ୍ଗା ଥାନା ମହାପାତ୍ର ସାହିର ରବୀନ୍ଦ୍ର କୁମାର ମହାପାତ୍ରଙ୍କ ପୁଅ ଦୀପକ କୁମାର ମହାପାତ୍ର (୨୦) । ପୁଲିସ ଏକ ମାମଲା ରୁଜୁ କରି ଗିରଫ ଅଭିଯୁକ୍ତ ଦ୍ୱୟଙ୍କୁ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରାଯାଇଛି ।