ଗୋରୁଗାଡି ଜବତ, ୩ ଗିରଫ
ନୀଳଗିରି : ମଙ୍ଗଳବାର ସକାଳେ ଏକ ଗୋରୁ ବୋଝେଇ ଗାଡ଼ିକୁ ଜବତ କରିବା ସହିତ ଏଥିରେ ସଂପୃକ୍ତ ୩ଜଣକୁ ଗିରଫ କରି କୋର୍ଟଚାଲାଣ କରିଛି ବରହମପୁର ପୁଲିସ । ସୂଚନା ଅନୁଯାୟୀ ଓଡ଼ି ୧୧କୁ୍ୟ ୮୫୮୩ନଂ ଗାଡ଼ିରେ ୫ଟି ଗାଈ ଏବଂ ଗୋଟିଏ ବାଛୁରୀ ବୋଝେଇ କରି ଉଦଳା ଅଭିମୁଖେ ଯାଉଥିବା ବେଳେ ବରହମପୁର ପୁଲିସ ବିଶେଷ ସୂତ୍ରରୁ ଖବରପାଇ ଆରବନ୍ଧ ରାସ୍ତାରେ ଗାଡ଼ିଟିକୁ ଅଟକ ରଖି ଥାନାକୁ ଆଣିଥିଲେ । ଏହି ଘଟଣାରେ ମୟୂରଭଞ୍ଜ ଜିଲ୍ଲା ଉଦଳାଥାନା ମଣ୍ଡଳ ଗ୍ରାମର ସଂଗ୍ରାମ ଟୁଡୁଙ୍କ ପୁଅ ନନ୍ଦକିଶୋର ଟୁଡୁ(୪୧), ବରହମପୁର ଥାନା ଶାଳଡହର ଅଞ୍ଚଳର ଜିତୁ ମାଝୀ (୪୦) ଏବଂ ପିରୁ ମୁର୍ମୁ(୪୫) ଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଏନେଇ ବରହମପୁର ଥାନାରେ ୮୩/୨୫ରେ ମାମଲା ରୁଜୁ କରାଯାଇଥିବା ସୂଚନା ମିଳିଛି ।