ଜଙ୍ଗଲ ସୁରକ୍ଷା ସମ୍ପର୍କିତ କର୍ମଶାଳା 

ବ୍ୟାସନଗର : ଶୁକ୍ରବାର କେଏନଡିଏ ସଭା ଗୃହରେ ନିଆଁ କବଳରୁ ଜଙ୍ଗଲକୁ ସୁରକ୍ଷାକୁ ନେଇ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଯାଜପୁର ରୋଡ ବନ ବିଭାଗ ପକ୍ଷରୁ ଆୟୋଜିତ କର୍ମଶାଳାରେଏସସିଏଫ ସନ୍ତୋଷ କୁମାର ପତି, ରେଞ୍ଜର ଧର୍ମେନ୍ଦ୍ର ପ୍ରଧାନ, ଫରେଷ୍ଟର ନୀଳିମାପ୍ରିୟଦର୍ଶିନୀ ନାୟକ ଯୋଗଦେଇ ଥିଲେ । ଅଧିକାଂଶ ଜଙ୍ଗଲରେ ନିଆଁ ଲାଗିଯିବା ଯୋଗୁ ଅନେକ ଜଙ୍ଗଲ ନଷ୍ଟ ହେଇଯିବା ସହିତ ବ୍ୟାପକ ଗଛ ପୋଡି ପାଉଁଶ ହେଇଯାଉଛି । ତଦନ୍ତରୁ ଯାହା ଜଣା ପଡୁଛି ଅଧିକାଂଶ ଜଙ୍ଗଲ କୃତିମ ଅଗ୍ନିକାଣ୍ଡ ଯୋଗୁ ଜଳିଯାଉଥୁବା ଦେଖିବାକୁ ମିଳୁଛି । ତେବେ କୃତିମ ନିଆଁ ଲାଗିବାରୁ କିଭଳି ଜଙ୍ଗଲକୁ ସୁରକ୍ଷା ଦିଆଯିବ ଓ ନିଆଁ ଲାଗିଲା ପରେ ଜଙ୍ଗଲକୁ କିଭଳି ଲିଭାଯିବ କର୍ମଶାଳାରେ ଏସସିଏଫ ଶ୍ରୀ ପତି ବନ କର୍ମଚାରୀଙ୍କୁ ପରାମର୍ଶ ଦେଇଥିଲେ । କର୍ମଶାଳାରେ ଅନେକ ବନ କର୍ମଚାରୀ ଉପସ୍ଥିତ ଥିଲେ ।