ଆନେକ୍ସ କପ୍ :ସେମିରେ ହିନ୍ଦୁସ୍ଥାନ ସ୍ପୋର୍ଟିଂ ଓ ଝାଡ଼ଖଣ୍ଡ ସ୍ପୋର୍ଟିଂ

 ଜଗତସିଂହପୁର : ସ୍ୱାମୀ ବିବେକାନନ୍ଦ ସ୍ୱୟଂ ଶାସିତ ମହାବିଦ୍ୟାଳୟ କଲେଜ ପଡ଼ିଆରେ ଚାଲିଥିବା  ଆନେକ୍ସ କପ୍ରେ ତୃତୀୟ ଓ ଚତୁର୍ଥ କ୍ୱାର୍ଟର ଫାଇନାଲ୍ ଖେଳ ଅନୁଷ୍ଠିତ ହୋଇଛି । ତୃତୀୟ କ୍ୱାର୍ଟରରୁ ହିନ୍ଦୁସ୍ଥାନ ସ୍ପୋର୍ଟିଂ ଏବଂ ଚତୁର୍ଥ କ୍ୱାର୍ଟର୍ରୁ ଝାଡ଼ଖଣ୍ଡ ସ୍ପୋର୍ଟିଂ ୟୁନିଅନ୍ ବିଜୟୀ ହୋଇ ଉଭୟ ସେମି ଫାଇନାଲ୍ରେ ପ୍ରବେଶ କରିଛନ୍ତି ।
ତୃତୀୟ କ୍ୱାର୍ଟର କଲିକତା ସାଉଥ୍ ଇଷ୍ଟର୍ଣ୍ଣ ରେଲୱେ ଏବଂ ଆୟୋଜକ ଟିମ ହିନ୍ଦୁସ୍ଥାନ ସ୍ପୋର୍ଟିଂ ମଧ୍ୟରେ ହୋଇଥିବା ବେଳେ ହିନ୍ଦୁସ୍ଥାନ ଟିମ୍ ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା । କଲିକତା ନିର୍ଦ୍ଧାରିତ ୨୦ ଓଭର ମଧ୍ୟରୁ ୧୯ ଓଭରରେ ଅଲ୍ଆଉଟ୍ ହୋଇ ୧୨୬ ରନ୍ କରିଥିଲା । ଜବାବରେ ହିନ୍ଦୁସ୍ଥାନ ସ୍ପୋର୍ଟିଂ ୧୬.୪ ଓଭର ରେ ୪ ୱିକେଟ୍ ହରାଇ ଆବଶ୍ୟକ ରନ ସଂଗ୍ରହ କରିବା ସହ ବିଜୟୀ ହୋଇଥିଲା । ପୁରସ୍କାର ବିତରଣ ଉତ୍ସବରେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ, ଇଂ କାମଦେବ ଦାସ, ସାମ୍ବାଦିକ ରାଧାକାନ୍ତ ମିଶ୍ର, ସାମ୍ବାଦିକ ଶୁଭକାନ୍ତ ପଢ଼ିହାରିଙ୍କ ସମେତ ଅନ୍ୟମାନେ ଯୋଗ ଦେଇ ଶ୍ରେଷ୍ଠ ଖେଳାଳି ହିନ୍ଦୁସ୍ଥାନ ସ୍ପୋର୍ଟିଂର ଜମଲା ମହାପାତ୍ରଙ୍କୁ ମ୍ୟାନ୍ ଅଫ ଦି ମ୍ୟାଚ୍ ଟ୍ରଫି ଓ ଅର୍ଥ ରାଶି ପ୍ରଦାନ କରିଥିଲେ ।
ସେହିପରି ୪ର୍ଥ କ୍ୱାର୍ଟର ରାଉରକେଲା ସ୍ପୋର୍ଟ୍ସ ଆସୋସିଏସନ୍ ଏବଂ ଝାଡ଼ଖଣ୍ଡ ସ୍ପୋର୍ଟିଂ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ରାଉରକେଲା ପ୍ରଥମେ ବ୍ୟାଟିଂ କରି ୨୦ ଓଭରରୁ ୧୫୦ ରନ୍ କରିଥିଲା । ଜବାବରେ ୧୯.୫ ଓଭରରେ ୮ ୱିକେଟ୍ ହରାଇ ୧୫୪ ରନ୍ କରି ବିଜୟୀ ହୋଇଥିଲା ଝାଡ଼ଖଣ୍ଡ । ପୁରସ୍କାର ବିତରଣରେ ସାମ୍ବାଦିକ ମନୋଜ ଦାସ, ପାରିଷଦ ଦେବାଶିଷ ସ୍ୱାଇଁ, ଅଳସୁଧା ସରପଞ୍ଚ ଭ୍ରମର ବର ସ୍ୱାଇଁ ପ୍ରମୁଖ ଯୋଗଦେଇ ଝାଡ଼ଖଣ୍ଡ ଟିମ୍ର ରୋନୀ କୁମାର ଯାଦବଙ୍କୁ ମ୍ୟାନ୍ ଅଫ ଦି ମ୍ୟାଚ୍ ଟ୍ରଫି ଏବଂ ଅର୍ଥରାଶି ପ୍ରଦାନ କରିଥିଲେ । ମ୍ୟାଚ୍କୁ ଆଶୁତୋଷ ପାଣି, ସୌମେନ୍ଦ୍ର ପାତ୍ର, ବାପି ବିଶୋଇଙ୍କ ସମେତ ଅନ୍ୟମାନେ ପରିଚାଳନା କରିଥିଲେ ।