ଗରମ ଡାଲି ପଡ଼ି ୭ ଭକ୍ତ ଆହତ
 
                                
ାା ପ୍ରଭାନୁ୍ୟଜ ।ା ପୁରୀ, ୮ା୬ : ରବିବାର ଦିନ ଶ୍ରୀମନ୍ଦିରରେ ଏକ ଅଘଟଣ ଦେଖିବାକୁ ମିଳିଛି  । ଭୋଗ ମଣ୍ଡପ ଉଠିବା ପରେ ବୋଝିଆ ଭୋଗମଣ୍ଡପ ଘରୁ ଗରମ ଡାଲି ବୋହି ନେଇଯାଉଥିଲେ  । ଏହି ସମୟରେ ଅସାବଧାନତା କାରଣରୁ ଡାଲି ଭକ୍ତଙ୍କ ଉପରେ ପଡ଼ିଯାଇଥିଲା  । ଫଳରେ ୭ଜଣ ଭକ୍ତ ଆହତ ହୋଇଥିଲେ । ଏହି ଭକ୍ତମାନେ ନୟାଗଡ଼ର ବୋଲି ଜଣାଯାଇଛି  । ଆହତ ୭ ଜଣଙ୍କୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ନିକଟରେ ଥିବା ଆଶୁ ଚିକିସôା କେନ୍ଦ୍ରରେ ପ୍ରାଥମିକ ଚିକିସôା ପ୍ରଦାନ କରାଯାଇଥିଲା ।                        
 
 Rasmita Behera
                                    Rasmita Behera                                 
    
             
    
             
    
             
    
             
    
 
    
 
 
 
