ବିକାଶଙ୍କ ବିୟୋଗରେ ଶୋକ

 ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା କଂଗ୍ରେସ କମିଟିର ମିଡ଼ିଆ ସେଲ୍ର ସଂଯୋଜକ, ପିସିସି ସଦସ୍ୟ ବିକାଶ ଦାସଙ୍କ ଆକସ୍ମିକ ବିୟୋଗରେ ସାରା ବାଲେଶ୍ୱର ଜିଲ୍ଲାର ଶୋକ ଖେଳିଯାଇଛି । ଏ ନେଇ ଦିବଙ୍ଗତ ନେତା ବିକାଶ ଦାଶଙ୍କ ସ୍ମୃତି ଉଦେ୍ଦଶ୍ୟରେ କଂଗ୍ରେସ ଭବନରେ ଜିଲ୍ଲା କଂଗ୍ରେସ ସଭାପତି ସଞ୍ଜୀବ ଗିରିଙ୍କ ସଭାପତିତ୍ୱରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସ୍ୱର୍ଗତ ଦାସଙ୍କ ଫୋଟରେ ପୁଷ୍ପ ମାଲ୍ୟାର୍ପଣ କରାଯାଇ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ଶ୍ରଦ୍ଧାଞ୍ଜଳି ସଭାରେ ପୂର୍ବତନ ବିଧାୟକ ଦେବୀ ପ୍ରସନ୍ନ ଚଣ୍ଡ,  ପୂର୍ବତନ ବିଧାୟକ ସୁଦର୍ଶନ ଜେନା, ବରିଷ୍ଠ କଂଗ୍ରେସ ନେତା ସତ୍ୟ ସୁନ୍ଦର ଦାସ, ନାରୀ ନେତ୍ରୀ ଅର୍ଚ୍ଚନା ନନ୍ଦୀ, ଜିଲ୍ଲା କଂଗ୍ରେସ ଉପସଭାପତି ଗୋପୀନାଥ ପାଢ଼ୀ, ସିମୁଳିଆ ନିର୍ବାଚନ ମଣ୍ଡଳୀ ନେତା ହିମାଂଶୁ ବେହେରା, ସଦର ନିର୍ବାଚନ ମଣ୍ଡଳୀ କଂଗ୍ରେସ ନେତା ସରୋଜ ଲେଙ୍କା, କୃଷ୍ଣ ଗୋପାଳ ପଣ୍ଡା, ଜିଲ୍ଲା କଂଗ୍ରେସ କମିଟିର ମୁଖ୍ୟ ମୁଖପାତ୍ର ସୁଧାଂଶୁ ଶେଖର ଜେନା, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଗୈାତମ ସାହୁଙ୍କ ସମେତ ପୂର୍ବତନ ବ୍ଲକ ଓ ନଗର କଂଗ୍ରେସ ସଭାପତି ସର୍ବଶ୍ରୀ ସତ୍ୟନାରାୟଣ ଗୁପ୍ତା, ଶ୍ରୀକାନ୍ତ ଜେନା, ରାଜେନ୍ଦ୍ର ମହାନ୍ତି, ରାଜୀବ ପରିଡା, ତରୁଣ ଦାସ, ଉପେନ୍ଦ୍ର ନାୟକ, ନୀଳଗିରି ଯୁବ ନେତା ତପନ ରାଉତ, ରାହାସ ମହାପାତ୍ର, ଯୋଗେଶ୍ୱର ବେହେରା, ଉମେଶ ଧଳ, ନାରୀ ନେତ୍ରୀ ବାସନ୍ତୀ ସାମଲ, କୁମୁଦିନୀ ବେହେରା, ବିନତି ବାରିକ, ପୂର୍ବତନ ସରପଂଚ କନ ବେହେରା, ଶ୍ରୀକାନ୍ତ ବାଗୁଡେଇ, ସଦର ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ଜୀବନ ମହାପାତ୍ର ଉପସ୍ଥିତ ହୋଇ ଦିବଂଗତ ନେତା ସ୍ୱର୍ଗତ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।