କଂଗ୍ରେସ କର୍ମୀ ବୈଠକ ମଦ ମୁକ୍ତ ଗ୍ରାମ ଘୋଷଣା ଦାବି
ବାଲେଶ୍ୱର: ଶୁକ୍ରବାର ଜାତୀୟ କଂଗ୍ରେସ ତରଫରୁ ରେମୁଣା ବ୍ଲକ, ରେମୁଣା ନିର୍ବାଚନ ମଣ୍ଡଳୀ ଶ୍ରୀଜଙ୍ଗ ଠାରେ ଏକ କର୍ମୀ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକକୁ ରେମୁଣା ବ୍ଲକ ସଭାପତି ତରୁଣ ଦାସ ସଭାପତିତ୍ୱ କରିଥିଲେ । ବାଲେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ସୀବ ଗିରି ତାଙ୍କ ବକ୍ତବ୍ୟରେ କେମିତି ବିଜେପି ସରକାର ନରେନ୍ଦ୍ର ମୋଦି ଓ ବିଜେଡି ସରକାର ନବୀନ ପଟ୍ଟନାୟକ ରାଜ୍ୟକୁ ବର୍ବାଦ କରିବା ସହ ଗରିବ ଖଟିଖିଆ, ସାଧାରଣ ଲୋକଙ୍କ ସ୍ୱାଧୀନତାକୁ କୁଠାରଘାତ କରୁଛନ୍ତି । ଏହା ଉପରେ ଚିନ୍ତା କରିବାର ଆବଶ୍ୟକତା ଅଛି ବୋଲି କର୍ମୀମାନଙ୍କୁ କହିଥିଲେ ଶ୍ରୀକାନ୍ତ କହିଥିଲେ । ଯଦି ରେମୁଣା ବିଧାନସଭା ପାଇଁ ସୁଦର୍ଶନ ଜେନାଙ୍କୁ ଓ ବାଲେଶ୍ୱର ସାଂସଦ ପାଇଁ ଶ୍ରୀକାନ୍ତ ଜେନାଙ୍କୁ ଜିତାଇବା ପାଇଁ ·ହାନ୍ତି ତାହେଲେ କେବଳ ବିଜେଡି ଓ ବିଜେପିଙ୍କୁ ପ୍ରଶ୍ନ କରନ୍ତୁ ବୋଲି କହିଥିଲେ । ସେହିଭଳି ବିଧାୟକ ପ୍ରାର୍ଥୀ ସୁଦର୍ଶନ ଜେନା ତାଙ୍କ ବକ୍ତବ୍ୟରେ କହିଥିଲେ ଶ୍ରୀକାନ୍ତ ଜେନା ସାଂସଦ ଓ ମୁଁ ବିଧାୟକ ସମୟରେ ରେମୁଣା ଅଞ୍ଚଳର ଅତୁଳନୀୟ ଉନ୍ନତି ହୋଇଥିଲା । ଦେଶ ରାଜ୍ୟ ଓ ସମାଜକୁ ବଞ୍ଚାଇବା ପାଇଁ ଆପଣମାନେ ସବୁ କିଛି ଭୁଲି କଂଗ୍ରେସ ରାଷ୍ଟ୍ରୀୟ ସଭାପତି ମାଲିକାଅର୍ଜୁନ ଖଡ଼ଗେ, ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇବା ପାଇଁ କର୍ମୀଙ୍କୁ ନିବେଦନ କରିଥିଲେ । ଏହି ବୈଠକରେ ଯେହେତୁ ଶ୍ରୀଜଙ୍ଗ ସ୍ୱାଧୀନତା ସଂଗ୍ରାମର ଶ୍ରୀକ୍ଷେତ୍ର । ତେଣୁ ଏହି ଶ୍ରୀଜଙ୍ଗ ଗ୍ରାମ ପଞ୍ଚାୟତକୁ ମଦ ମୁକ୍ତ ଗ୍ରାମ ପଞ୍ଚାୟତ ସରକାର ଘୋଷଣା କରନ୍ତୁ ବୋଲି ଏହି ବୈଠକର୍ରେ ପ୍ରସ୍ତାବ ପାରିତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଯୁବ କଂଗ୍ରେସ ସଭାପତି ରଞ୍ଜନ ଦାସ, ଅକ୍ଷୟ ମଲ୍ଲିକ, ପ୍ରଦୀପ ଦାସ, ବିକାଶ କୁମାର ଦାସ, ଅଟଳ ବିହାରୀ ରାଉତ, ବାସନ୍ତୀ ସାମଲ, କହ୍ନେଇ ପ୍ରଧାନ, ରାମନାରାୟଣ ସଠାପଥୀ, ହିମାଂଶୁ ଦାସ, ନିରଞ୍ଜନ ବେହେରା, ସମୀୟ ମହାକୁଡ଼, ସୁବ୍ରତ ବାରିକ ଯୁଗଳ ମୋହଲ ପ୍ରମୁଖ ଉପସ୍ଥିତ ଥିଲେ । ବୈଠକ ଶେଷରେ ସାଂସଦ ପ୍ରାର୍ଥୀ ଶ୍ରୀକାନ୍ତ ଜେନା ପହଞ୍ଚଃ କର୍ମୀଙ୍କ ସହ ମହିଳା କର୍ମୀମାନଙ୍କ ସୁବିଧା ଅସୁବିଧା ବିଷୟରେ ଆଲୋଚନା କରିଥିଲେ । ଶେଷରେ ରାଜେନ୍ଦ୍ର ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।