ବାଇକ୍ ଦୁର୍ଘଟଣାରେ ୨ ଗୁରୁତର

 ବୁଗୁଡା : ନିକଟସ୍ଥ କାଞ୍ଜିଆପଲ୍ଲୀ ଗାଁ ଛକ ନିକଟରେ ବାଇକ ଦୁର୍ଘଟଣାରେ ଡାକରାବାଡ଼ି ଗ୍ରାମର କାଁହୁ ମୁଳି ଓ ଶ୍ରୀକାନ୍ତ ସେଠୀ ଗୁରୁତର ଆହତ ହୋଇଥିବା ଜଣା ପଡିଛି । ମେରୁ ସଂକ୍ରାନ୍ତି ଥିବାରୁ ଯାତ୍ରା ଦେଖିବା ପାଇଁ ଶ୍ରୀକାନ୍ତ ଓ କାଁହୁ ବାଇକ (ନଂ-ଓଡି ୩୨ଜେ ୬୦୭୧) ଯୋଗେ ବୁଗୁଡ଼ା ଅଭିମୁଖେ ଆସୁଥିବା ବେଳେ ମଧ୍ୟାହ୍ନ ପ୍ରାୟ ୧୨ଟା ସମୟରେ କାଞ୍ଜିଆପଲ୍ଲୀ ଛକ ବୁଲାଣିରେ ଭାରସାମ୍ୟ ହରାଇ ରାସ୍ତାକଡସ୍ଥ ଏକ ଖୁଣ୍ଟରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ । ଖବର ପାଇ ବୁଗୁଡ଼ା ଦମକଳବାହିନୀ ଘଟଣା ସ୍ଥଳରେ ପହଞ୍ଚି ସେଠାରୁ ଉଭୟଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । ଦୁର୍ଘଟଣାରେ ଉଭୟ କାହ୍ନୁ ଓ ଶ୍ରୀକାନ୍ତଙ୍କ ଡାହାଣ ହାତ ଭାଙ୍ଗି ଯାଇଥିବାରୁ ଉଭୟଙ୍କୁ ପ୍ରାଥମିକ ଚିକିସôା ପରେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।