ରାମଚରିତ ମାନସ ପ୍ରବଚନ 

 ହିଞ୍ଜିଳିକାଟୁ:  ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ  ମିନିଷ୍ଟାଡିୟମ ପରିସରରେ ହିଞ୍ଜିଳିକାଟୁ ଭଗବତ କଥା ବିତରଣ ପରିଷଦ ଚାରିଟେବୁଲ  ଟ୍ରଷ୍ଟ ପକ୍ଷରୁ ପ୍ରତିବର୍ଷ ପରି ଚଳିତ ବର୍ଷ ଶୁକ୍ରବାର ଠାରୁ ଆରମ୍ଭ ହୋଇ ଶନିବାର ୨୪ ପର୍ଯ୍ୟନ୍ତ ୯ ଦିନିଆ ରାମଚରିତ ମାନସ ପ୍ରବଚନ ଶୁଭାରମ୍ଭ ହୋଇଯାଇଛି । ହିଞ୍ଜିଳିକାଟୁ ଭଗବତ କଥା ବିତରଣ ପରିଷଦ ଚାରିଟେବୁଲ ଟ୍ରଷ୍ଟର ସଭାପତି ଦେବାନନ୍ଦ ମହାପାତ୍ରଙ୍କ ପୌରୋହିତରେ ୯ଦିନ ବ୍ୟାପି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଉସôବରେ ପ୍ରତ୍ୟେହ ୩ ଘଣ୍ଟା ଧରି ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ବିଶିଷ୍ଠ ପ୍ରବକ୍ତା ତଥା ଯାଜପୁରର ଶ୍ରୀ ବିଜୟ ରାଘବେନ୍ଦ୍ର ଦାସ ମହାରାଜ ପ୍ରବଚକ ପଣ୍ଡିତଙ୍କ ମୁଖରୁ ସୁନ୍ଦର ପ୍ରବଚନ ଏବଂ ଭଜନ ପରିବେଷଣକୁ ଆନନ୍ଦ ମୁଖର କରୁଥିବା ବେଳେ ବ୍ୟାସଭାବ ପଣ୍ଡିତ ପଦ୍ମଚରଣ ଦାସ, ପୂଜକ ଜଗନ୍ନାଥ ପାଠି ଓ କର୍ତ୍ତାଭାବେ ବିଜୟ କୁମାର ପାଣିଗ୍ରାହୀ ସହଯୋଗ କରିଥିଲେ । ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ବହୁ ଶ୍ରଦ୍ଧାଳୁ ଯୋଗ ଦେଇଛନ୍ତି । କାର୍ଯ୍ୟକ୍ରମକୁ ଭଗବତ କଥା ବିତରଣ ପରିଷଦ ଚାରିଟେବୁଲ ଟ୍ରଷ୍ଟ ସଭାପତି ଦେବାନନ୍ଦ ମହାପାତ୍ର, ଉପସଭାପତି ଲକ୍ଷ୍ମୀନାରାୟଣ ପଣ୍ଡା, ସମ୍ପାଦକ ତରୁଣ କୁମାର ପଣ୍ଡା, ସାଧାରଣ ସମ୍ପାଦକ ମନୋଜ କୁମାର ସାହୁ, କୋଷାଧ୍ୟକ୍ଷ ସନ୍ତୋଷ କୁମାର ପଣ୍ଡା, ଏ ଶଙ୍କର ଆଚାରୀ, ପ୍ରଫେସର ରମେଶଚନ୍ଦ୍ର ଚୌଧୁରୀ, ଅଧ୍ୟାପକ ଅରୋବିନ୍ଦ ପଣ୍ଡା, ଗୌରହରି ପୃଷ୍ଟିଙ୍କ ସହ ସମସ୍ତ ପରିଷଦର ସଦସ୍ୟ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।