ବିଜୁ ପଟ୍ଟନାୟକ କ୍ରୀଡା ଓ ସାହସିକତା ପୁରସ୍କାର ପ୍ରଦାନ : ଓଡ଼ିଶା ଓ ଭାରତକୁ କ୍ରୀଡା ଉକôର୍ଷର ବତୀଘର କରିବାକୁ ରାଜ୍ୟପାଳଙ୍କ ଆହ୍ୱାନ
ଭୁବନେଶ୍ୱର : ହକି ଯାଦୁକର ମେଜର ଧ୍ୟାନଚାନ୍ଦଙ୍କର କିର୍ତ୍ତୀ ଓ କୃତି ଦ୍ୱାରା ଅନୁପ୍ରାଣିତ ହୋଇ ଶୃଙ୍ଖଳା, ଦଳଗତ ଉଦ୍ୟମ, ସାହସ ଓ ନମ୍ରତାର ମୂଲ୍ୟବୋଧକୁ ପାଥେୟ କରି ଓଡ଼ିଶା ଏବଂ ଭାରତକୁ ବିଶ୍ୱପାଇଁ କ୍ରୀଡା ଉକôର୍ଷତାର ଉଜ୍ଜ୍ୱଳ ବତୀଘର କରିବା ନିମନ୍ତେ ପ୍ରୟାସ କରିବାକୁ ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ଆହ୍ୱାନ ଜଣାଇଛନ୍ତି । ଆଜି ଓଡ଼ିଶା ସରକାରଙ୍କ କ୍ରୀଡା ଓ ଯୁବ ସେବା ବିଭାଗ ଆନୁକୁଲ୍ୟରେ ଜୟଦେବ ଭବନଠାରେ ଆୟୋଜିତ ରାଜ୍ୟସ୍ତରୀୟ ଜାତୀୟ କ୍ରୀଡା ଦିବସ ପାଳନ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ଏହି ଆହ୍ୱାନ ଜଣାଇଛନ୍ତି । ୧୦୦ ଓ ୨୦୦ ମିଟରରେ ଜାତୀୟ ରେକର୍ଡଧାରୀ ଧାବକ ଅନିମେଶ କୁଜୁରଙ୍କୁ ଶ୍ରେଷ୍ଠ କ୍ରୀଡାବିତ ପୁରସ୍କାର ପ୍ରଦାନ କରାଯାଇଛି । ଶ୍ରେଷ୍ଠ କ୍ରୀଡା ସାମ୍ବାଦିକ ଭାବେ ବିମଳ କୁମାର ରାଉଳଙ୍କୁ ସମ୍ମାନିତ କରାଯାଇଛି । ଏହି ସମାରୋହରେ ବିଜୁ ପଟ୍ଟନାୟକ କ୍ରୀଡା ଓ ସାହସିକତା ପୁରସ୍କାର ପ୍ରଦାନ କରି ନିଜ ଉଦବୋଧନରେ ରାଜ୍ୟପାଳ କହିଥିଲେ ଯେ, ଯେଉଁ ପିଲାମାନେ କ୍ରୀଡା କ୍ଷେତ୍ର କୁ ଆସୁଛନ୍ତି ସେମାନଙ୍କ ଠାରେ ଥିବା ଅନ୍ତର୍ନିହିତ ପ୍ରତିଭା ଓ ସମ୍ଭାବନାକୁ ପୋଷଣ କରି ସେମାନଙ୍କୁ ଉକôର୍ଷତା ପ୍ରତିପାଦନ ଦିଗରେ ଉସôାହିତ କରିବା ଆମର କର୍ତ୍ତବ୍ୟ ହେବା ଉଚିତ । ବିଜୁ ପଟ୍ଟନାୟକ କ୍ରୀଡା ସମ୍ମାନରେ ସମ୍ମାନିତ କୃତି କ୍ରୀଡାବିତଙ୍କୁ ଅଭିନନ୍ଦନ ଜଣାଇ ରାଜ୍ୟପାଳ କହିଥିଲେ, ଯେ ସେମାନଙ୍କ ସଫଳତା କେବଳ ଏକ ବ୍ୟକ୍ତିଗତ ବିଜୟ ନୁହେଁ ବରଂ ଆମ ରାଜ୍ୟ ଓ ଦେଶ ପାଇଁ ଏକ ସାମୁହିକ ଗର୍ବ । ସେମାନେ ଓଡ଼ିଶାର କ୍ରୀଡା ମନୋଭାବର ମଶାଲ ବାହକ ଏବଂ ଆଗାମୀ ପିଢ଼ି ପାଇଁ ଆଦର୍ଶ । ସେହିପରି ବିଜୁ ପଟ୍ଟନାୟକ ସାହସିକତା ପୁରସ୍କାର ବିଜେତାଙ୍କୁ ଅଭିନନ୍ଦନ ଜଣାଇ ସେମାନଙ୍କର ସାହସ ଏବଂ ନିଃସ୍ୱାର୍ଥପର କାର୍ଯ୍ୟ ଓଡ଼ିଶାର ପ୍ରକୃତ ଆତ୍ମାକୁ ପ୍ରତିଫଳିତ କରେ ଏବଂ ନିର୍ଭୀକତା ଏବଂ ମାନବତାର ସହିତ ସେବା କରିବା ପାଇଁ ଅଗଣିତ ଯୁବ ହୃଦୟକୁ ପ୍ରେରାଣା ଦେଇ ଚାଲିବ ବୋଲି ରାଜ୍ୟପାଳ କହିଥିଲେ । ଏହି ଅବସରରେ ହକି ଯାଦୁକର ମେଜର ଧ୍ୟାନଚାନଦଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରି ରାଜ୍ୟପାଳ କହିଥିଲେ ଯେ ତାଙ୍କ ଜୀବନ ଓ ଜୟନ୍ତୀ ଆମକୁ ମନେ ପକେଇ ଦିଏ ଯେ, କ୍ରୀଡା କେବଳ ଶକ୍ତି କିମ୍ବା ଦକ୍ଷତାର ପ୍ରତିଯୋଗିତା ନୁହେଁ, ବରଂ ଶୃଙ୍ଖଳା, ଦୃଢ଼ ନିଷ୍ପତି ଏବଂ ଅଦମ୍ୟ କ୍ରୀଡା ଭାବନାର ଉସôବ । କ୍ରୀଡାକୁ ଗ୍ରହଣ କରୁଥିବା ସମାଜ କେବଳ ସୁସ୍ଥ ନାଗରିକଙ୍କୁ ପୋଷଣ କରେନାହିଁ ବରଂ ସାମୁହିକ ଭାବନାକୁ ପ୍ରୋସôାହିତ କରେ ଏବଂ ଶକ୍ତିଶାଳୀ ଗୋଷ୍ଠୀ ନିର୍ମାଣରେ ସହାୟକ ହୁଏ । ଦଶନ୍ଧି ଧରି ଓଡ଼ିଶା କ୍ରୀଡା ଉକôର୍ଷତା ପାଇଁ ହବ୍ ହୋଇ ରହିଛି । ବିଭିନ୍ନ ପ୍ରକାର ଜାତୀୟ ଏବଂ ଅନ୍ତର୍ଜାତୀୟ ଇଭେଣ୍ଟ ଆୟୋଜନ କରି ସାରା ବିଶ୍ୱରେ ନିଜର ଛାପ ଛାଡ଼ିଛି । ସାରା ବିଶ୍ୱର ଖେଳାଳୀମାନଙ୍କୁ ଏକତ୍ରିତ କରି ଆମର ଯୁବପିଢିଙ୍କୁ ଅଧିକ ସଫଳତା ହାସଲ କରିବାକୁ ପ୍ରେରଣା ଯୋଗାଉଛି । କ୍ରୀଡା କ୍ଷେତ୍ରରେ ଏପରି ପରିବର୍ତ୍ତନ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କର ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱ ଏବଂ ଓଡ଼ିଶା ସରକାରଙ୍କ ସକ୍ରିୟ ପ୍ରୟାସ ଦ୍ୱାରା ପରିଚାଳିତ ହୋଇଛି । ତୃଣମୂଳ ସ୍ତରରୁ କ୍ରୀଡା ଓ ତାଲିମଙ୍କୁ ପ୍ରୋସôାହନ ଭଳି ପଦକ୍ଷେପ କ୍ରୀଡାକୁ ଏକ ବୃତ୍ତି ଏବଂ ଜୀବନ ଶୈଳୀ ଭାବରେ ଏକ ସମୃଦ୍ଧ ଇକୋସିଷ୍ଟମ୍ ସୃଷ୍ଟି କରିବାରେ ଉଦ୍ୟମ ଜାରି ରହିଛି ବୋଲି ରାଜ୍ୟପାଳ କହିଛନ୍ତି । ଏହି ସମାରୋହରେ କ୍ରୀଡା ଓ ଯୁବସେବା, ଉଚ୍ଚ ଶିକ୍ଷା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଏବଂ ଏକାମ୍ର - ଭୁବନେଶ୍ୱର ବିଧାୟକ ଶ୍ରୀ ବାବୁ ସିଂହ ସମ୍ମାନନୀୟ ଅତିଥି ଭାବେ ଯୋଗଦେଇଥିଲେ । ୧୦୦ ଓ ୨୦୦ ମିଟରରେ ଜାତୀୟ ରେକର୍ଡଧାରୀ ଧାବକ ଅନିମେଶ କୁଜୁରଙ୍କୁ ଶ୍ରେଷ୍ଠ କ୍ରୀଡାବିତ ପୁରସ୍କାର ପ୍ରଦାନ କରାଯାଇଛି । ୯ ବର୍ଷରୁ କମ ବୟସ ବର୍ଗରେ ଦୁଇ ଥର ବିଶ୍ୱ ପଦକ ବିଜେତା ଚେସ ଖେଳାଳି ସାତ୍ତ୍ୱିକ ସ୍ୱାଇଁଙ୍କୁ ଶ୍ରେଷ୍ଠ ଉଦୀୟମାନ ଖେଳାଳି, ଶ୍ରେଷ୍ଠ ପାରା ଆଥଲେଟ ଭାବେ ଅନ୍ତର୍ଜାତୀୟ ହ୍ୱିଲଚେୟାର ଫେନସର ରାଖାଲ କୁମାର ସେଠୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି । ସେହିପରି ଜୁଡୋ ପ୍ରଶିକ୍ଷକ ସୁଷମା ନନ୍ଦଙ୍କୁ ଶ୍ରେଷ୍ଠ କୋଚ,ଡାକ୍ତର ସୁଜିତ ଶତପଥୀଙ୍କୁ ଶ୍ରେଷ୍ଠ ବୈଷୟିକ କ୍ରୀଡା ଅଧିକାରୀ, ୧୯୮୧ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ବିଜେତା ବିଜୟ କୁମାର ଶତପଥୀଙ୍କୁ ଲାଇଫଟାଇମ ଆଚିଭମେଣ୍ଟ ପୁରସ୍କାର, କ୍ରୀଡ଼ାର ବିକାଶ ପାଇଁ ରାଜ୍ୟ ଖୋ ଖୋ ସଂଘର ସମ୍ପାଦକ ପ୍ରଦୁ୍ୟମ୍ନ ମିଶ୍ର ଏବଂ ଶ୍ରେଷ୍ଠ କ୍ରୀଡା ସାମ୍ବାଦିକ ଭାବେ ବିମଳ କୁମାର ରାଉଳଙ୍କୁ ସମ୍ମାନିତ କରାଯାଇଛି ।