କର୍ମଚାରୀ ଅଭାବ, ସ୍ୱାସ୍ଥ୍ୟକେନ୍ଦ୍ରରେ ଗଣଧାରଣା
ଭଣ୍ଡାରିପୋଖରୀ : ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ରହଣିଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀ ଅଭାବ ପୂରଣ ଦାବିରେ ସୋମବାର ଗଣଧାରଣା ଦିଆଯାଇଥିବା ଜଣାପଡ଼ିଛି । ସ୍ୱାସ୍ଥ୍ୟକେନ୍ଦ୍ର ଫାର୍ମାସିଷ୍ଟ ଶୁଭ୍ରକାନ୍ତ ପଣ୍ଡାଙ୍କୁ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଡେପୁଟେସନରେ ନିୟୋଜିତ କରାଯାଇଛି । ମାତ୍ର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଫାର୍ମାଶିଷ୍ଟ ନିଯୁକ୍ତି ଦିଆଯାଇ ନାହିଁ । ଏହା ପ୍ରତିବାଦରେ ଗ୍ରାମବାସୀ ସନ୍ତୋଷ ମାଝୀ, ଧନିଆ ମାଝୀ, ଘନଶ୍ୟାମ ମାଝୀ, ଅରୁଣ ଦାସ ପ୍ରମୁଖ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଧାରଣା ଦେଇଥିଲେ । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକ ଡାକ୍ତର କମଳାକାନ୍ତ ସ୍ୱାଇଁ ଧାରଣାରତ ଗ୍ରାମବାସୀଙ୍କୁ ସାକ୍ଷାତ କରି ସପ୍ତାହର ୩ ଦିନ ରହଣିଆ ଫାର୍ମାଶିଷ୍ଟ ଭାବେ ଶୁଭ୍ରକାନ୍ତ ପଣ୍ଡା କାର୍ଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।