ଜମି ପଟ୍ଟା ନଥିବାରୁ ସରକାରୀ ସୁବିଧାରୁ ବଞ୍ଚôତ କୁମାରୀ ଗ୍ରାମବାସୀ

ଧର୍ମଶାଳା:  ଧର୍ମଶାଳା ତହସିଲ ଅନ୍ତର୍ଗତ କୁମାରୀ ପଞ୍ଚାୟତରେ ଥିବା୧୪ଟି ୱାର୍ଡରେ୫ହାଜରରୁ ଉର୍ଦ୍ଧ ଲୋକେ ବସବାସ କରୁଥିବା ବେଳେ ସେମାନଙ୍କୁ ଅଦ୍ୟାବଧି ପଟ୍ଟାଜମି ମିଳିନି । ଯାହା ଫଳରେ ଗ୍ରାମବାସୀ ସରକାରୀ ସୁବିଧାରୁ ବଂଚିତ ହେଉଛନ୍ତି । ଏଠାରେ ବସବାସ କରୁଥିବା ପରିବାର ଗୁଡ଼ିକୁ ତୁରନ୍ତ ଜମିପଟ୍ଟା ଯୋଗାଇଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି । ଦୀର୍ଘବର୍ଷ ହେଲା କୁମାରୀ ଗ୍ରାମରେ ବହୁ ପରିବାର ବସବାସ କରୁଛନ୍ତି । ହେଲେ ସେମାନଙ୍କୁ ସରକାରୀ ଜମିପଟ୍ଟା ଅଦ୍ୟାବଧି ମିଳିପାରି ନାହିଁ । 
ଗଲା ସରକାରରେ ସେମାନଙ୍କୁ ପଟ୍ଟା ଦେବାପାଇଁ ପ୍ରତିଶ୍ରୁତି ମିଳିଥିଲା । ହେଲେ ତାହା କାର୍ଯ୍ୟକାରୀ ହୋଇପାରିଲା ନାହିଁ । ସରକାର ପରିବର୍ତନ ହେବା ପରେ ସେମାନଙ୍କ ଦୀର୍ଘଦିନର ସମସ୍ୟା ସମାଧାନ ହେବ ବୋଲି ସେମାନେ ଆଶା ବାନ୍ଧିଛନ୍ତି ଓ ପୂର୍ବରୁ ଏହି ପଞ୍ଚାୟତରେ ବସବାସ କରୁଥିବା କିଛି ଲୋକଙ୍କୁ ୪ଡିସମିଲ ଲେଖାଏଁ ଜମିପଟ୍ଟା ମିଳିଥିବା ବେଳେ ପରବର୍ତୀ ସମୟରେ ସେମାନଙ୍କୁ ଆଉ୬ଡିସମିଲ ଜମି ଯେଗାଇ ଦିଆଯିବ ବୋଲି କୁହାଯାଇଥିଲା । ସେମାନେ ବହୁବର୍ଷ ଧରି ରହି ଆସିଥିଲେ ମଧ୍ୟ ସରକାରଙ୍କ ଅବହେଳାରୁ ସେମାନେ ତାଙ୍କ ମୌଳିକ ସୁବିଧା ସହିତ ଜମିପଟ୍ଟା ପାଇ ପାରି ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି । ସୂଚନା ଅନୁଯାୟୀ,୧୯୭୫ ମସିହା ବନ୍ୟାରେ ଭାଲୁଖାଇ ଠାରେ ଘାଇ ହେବା ଫଳରେ ବହୁ ଧନ ଜୀବନ ନଷ୍ଟ ହୋଇଥିଲା । ଏହି ବନ୍ୟା ବିଭୀଷିକାରୁ ସରକାର ଉଦ୍ଧାର କରି ଉଚ୍ଚ ସ୍ଥାନ ତଥା କୁମାରୀ ଠାରେ ଟାଇଲି ଛପର ଘର କରି ଭାଲୁଖାଇ, ଚହଟା, ଦୁର୍ଗାପୁର ଆଦି ଗ୍ରାମରୁ ଆସିଥିବା ଅନେକ ଲୋକମାନଙ୍କୁ ଥଇଥାନ କରିଥିଲେ ।

ପ୍ରତ୍ୟେକ ପରିବାରକୁ ନକ୍ସା ତିଆରି କରି୧୦ଡିସମିଲ ଲେଖାଏଁ ଜମି ଦେଇଥିଲେ । ପରେ ୧୯୯୩-୯୪ମସିହାରେ କିଛି ପରିବାରକୁ ୪ଡିସମିଲ ଲେଖାଏଁ ଘରବାରୀ ପଟ୍ଟା ପ୍ରଦାନ କରାଯାଇଥିଲେ ସୁଦ୍ଧା ବହୁ ପରିବାର ଏହି ସମୟରେ ପଟ୍ଟା ପାଇବାରୁ ବଂଚିତ ହେଲେ । ଏପର୍ଯ୍ୟନ୍ତ ରହିଯାଇଥିବା ଲୋକଙ୍କୁ ଜମି ପଟ୍ଟା ପ୍ରଦାନ କରାଯାଇନାହିଁ । ଯେଉଁମାନେ ୪ ଡିସମିଲ ଜମି ପଟ୍ଟା ପାଇଥିଲେ । ସେମାନଙ୍କୁ ଅବଶିଷ୍ଟ ୬ ଡିସମିଲ ପଟ୍ଟା ଦିଆଯାଇନାହିଁ । ବିଶେଷ କରି କୁମାରୀ ପଞ୍ଚାୟତର ଦେଉଳି, ଦେଉଳିପାଳ, କୁମାରୀ, ଜାଲଶୁଖା, ଜାମୁବଣିଆ ଗ୍ରାମରେ ରହିଥିବା ଲୋକେ ଜମି ପଟ୍ଟା ପାଇବାରୁ ବଂଚିତ ହୋଇଛନ୍ତି । ଜମିପଟ୍ଟା ନଥିବାରୁ ଅନେକ ଯୋଗ୍ୟ ହିତାଧିକାରୀ  ସରକାରଙ୍କ ବିଭିନ୍ନ  ଆଦାସ ଯୋଜନାରୁ ବଂଚିତ ହେଉଛନ୍ତି । ଏପରିକି ସେମାନଙ୍କୁ ବ୍ୟାଙ୍କରୁ ରଣ ମଧ୍ୟ ମିଳୁନାହିଁ । ଅଭାବ ଅସୁବିଧାରେ କେହି ଜମି ବିକ୍ରି କରିବାକୁ ଚାହିଁଲେ ମଧ୍ୟ ତହସିଲରେ ଦାଖଲ ଖାରଜ ହୋଇପାରୁନାହିଁ ଓ ଦୀର୍ଘବର୍ଷ ଜମି ଦଖଲରେ ଥାଇ ନିଜର ବୋଲି କହିବାର କ୍ଷମତା ତାଙ୍କର ନାହିଁ । ଜିଲାପାଳ ଦ୍ୱାରସ୍ଥ ହୋଇ ବାରମ୍ବାର ଅଭିଯୋଗ କଲେ ମଧ୍ୟ କିଛି ସୁଫଳ ମିଳୁନାହିଁ । ତହସିଲଦାରଙ୍କ ନିଦେ୍ର୍ଦଶ ଅନୁସାରେ ସ୍ଥାନୀୟ ରାଜସ୍ୱ ନିରୀକ୍ଷକ ଆସି ଜମି ଓ ମିଳିଥିବା କାଗଜ ପତ୍ର ଦେଖି ସର୍ଭେ କରିଯାଉଛନ୍ତି । ମାତ୍ର ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ । ଯାହାକୁ ନେଇ ପଞ୍ଚାୟତବାସୀ ଉଦବେଗ ପ୍ରକାଶ କରିବା ସହ ଯଥାଶିଘ୍ର ଜମି ପଟ୍ଟା ଯୋଗାଇ ଦେବାକୁ ଦାବି କରିଛନ୍ତି ।