ବିପଦ ବଢ଼ାଉଛି ମୁକୁଳା ଟ୍ରାନ୍ସଫର୍ମର
 ବ୍ରହ୍ମବରଦା: ଉପଭୋକ୍ତା ମାନଙ୍କୁ ଉନ୍ମତ ମାନର ବିଦୁ୍ୟତ୍ ସେବା ଯୋଗାଇଦେବା ନିମନ୍ତେ ରାଜ୍ୟ ସରକାର ଟାଟା ବିଦୁ୍ୟତ୍ ବିଭାଗକୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି । କିନ୍ତୁ ଟାଟା ବିଦୁ୍ୟତ୍ ବିଭାଗ ଦାୟିତ୍ୱ ନେବା ପରଠାରୁ ବିଦୁ୍ୟତ୍ ବିଭ୍ରାଟ କମିବା ପରିବର୍ତେ ବଢିବଢି ଚାଲିଛି । କେଉଁଠି ଦୁର୍ବଳ ବିଦୁ୍ୟତ୍ ଖୁଣ୍ଟତ କେଉଁଠି ମୁକୁଳା ଟ୍ରାନ୍ସଫର୍ମର । ବିଦୁ୍ୟତ୍ ସରୋବର ସମୟରେ ସାଧାରଣଲୋକେ, ମାନସିକ ବିକଳାଙ୍ଗ, ବୁଲା ଗାଈଗୋରୁ, ଛେଳି, ମେଣ୍ଢା ଓ ବୁଲା କୁକୁର ଆଦି ବିଦୁ୍ୟତ୍ ସଂସ୍ପର୍ଶରେ ନଆସିବା ପାଇଁ ଟାଟା ବିଦୁ୍ୟତ୍ ବିଭାଗ ତରଫରୁ ଟ୍ରାନ୍ସଫର୍ମର ଚତୁଃପାର୍ଶ୍ୱରେ ଲୁହାବାଡା ଦ୍ୱାରା ଆଚ୍ଛାଦିତ କରାଯିବାର ବ୍ୟବସ୍ଥା ରହିଛି । କିନ୍ତୁ ବିଦୁ୍ୟତ୍ ବିଭାଗ ଲୋକଙ୍କ ସୁରକ୍ଷା ନେଇ ସଚେତନ ନହୋଇ ଚୁପ ହୋଇ ବସିରହିଛି । ଯାହାର ଏକ ବ୍ୟତିକ୍ରମ ଚିତ୍ର ଦେଖିବାକୁ ମିଳିଛି ରସୁଲପୁର ବ୍ଲକ ଅନ୍ତର୍ଗତ ବ୍ରହ୍ମବରଦା ପଞ୍ଚାୟତ ଅଞ୍ଚଳରେ । ଏଠାରେ ଥିବା ଅନେକ ଟ୍ରାନ୍ସଫର୍ମର ଏମିତି ମୁକୁଳା ହୋଇ ପଡିରହିଛି । ଟାଟା ବିଦୁ୍ୟତ୍ ବିଭାଗ ପକ୍ଷ୍ୟରୁ ଏନେଇ କିଛି ପଦକ୍ଷେପ ନିଆ ଯାଉନାହିଁ । ସୂଚନା ଥାଉକି ବ୍ରହ୍ମବରଦା ସାପ୍ତାହିକ ହାଟ ନିକଟ ଗ୍ରାମ୍ୟବ୍ୟାଙ୍କ ପଛପଟେ ଥିବା ଟ୍ରାନ୍ସଫର୍ମରଟି ଲୁହା ବାଡ଼ା ଦ୍ୱାରା ଆବଦ୍ଧ ନହୋଇ ବିପଦ ସଙ୍କୁଳ ଅବସ୍ତାରେ ଏମିତି ମୁକୁଳା ହୋଇ ପଡିରହିଛି । ତା ସହିତ ଟ୍ରାନ୍ସଫର୍ମର ଖୁଣ୍ଟଦ୍ୱୟରେ ଅନାବନା ଲତା ସବୁ ମାଡି ଟ୍ରାନ୍ସଫର୍ମର ଉପର ପର୍ଯ୍ୟନ୍ତ ମାଡି ଗଲାଣି । ଫଳରେ ବ୍ରହ୍ମ ବରଦା ସାପ୍ତାହିକ ହାଟକୁ ଆସୁଥିବା ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେବା ସହିତ ଉକ୍ତ ଖୁଣ୍ଟ ଦ୍ୱୟରେ ମାଡ଼ି ଥିବା ଅନାବନା ଲତାକୁ ବୁଲା ଗାଈଗୋରୁ, ଛେଳି, ମେଣ୍ଢା ଖାଇବାକୁ ଯାଇ ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସି ଅକାରଣରେ ନିରୀହ ପଶୁମାନଙ୍କ ଜୀବନ ହାନି ହେବାର ଆଶଙ୍କା ଦେଖାଦେଇଛି । ଯାହାକୁ ଟାଟା ବିଦୁ୍ୟତ୍ ବିଭାଗର ଅଧିକାରୀ ମାନେ ଅଣଦେଖା କରୁଥିବାର ଅଭିଯୋଗ ହୋଇଛି । ସେହିପରି ଦେଖିବାକୁ ଗଲେ ବ୍ରହ୍ମବରଦା ପଞ୍ଚାୟତର ପୋଷ୍ଟ ଅଫିସ ନିକଟ ହାଜି ମୋହଲା (କାହ୍ନୁଆ ସାହି) ଠାରେ ମଧ୍ୟ ଟାଟା ବିଦୁ୍ୟତ୍ ବିଭାଗର ଅନ୍ୟଏକ ମୁକୁଳା ଟ୍ରାନ୍ସଫର୍ମର ରାସ୍ତା ପାର୍ଶ୍ୱର ଖୁବ ନିକଟରେ ରହିଛି । ଉକ୍ତଗ୍ରାମ ନିକଟରେ ଦୁଇ ଦୁଇଟି ବିଦ୍ୟାଳୟ ରହିଥିବାରୁ ପ୍ରତ୍ୟେକ ଦିନ ଉକ୍ତ ରାସ୍ତା ଦେଇ ସହ ସହ ସଂଖ୍ୟାରେ କୁନି ଛାତ୍ରଛାତ୍ରୀ ଯିବାଆସିବା କରିଥାନ୍ତି । ଯାହାଦ୍ୱାରା ପ୍ରତି ମୁହୂର୍ତ୍ତରେ ସେମାନଙ୍କ ଜୀବନ ପ୍ରତି ବିପଦ ଦେଖାଦେଇଛି । କାହ୍ନୁଆ ସାହି ବାସିନ୍ଦାଙ୍କ କହିବା ମୁତାବକ କିଛିଦିନ ପୂର୍ବରୁ ଟାଟା ବିଦୁ୍ୟତ୍ ବିଭାଗ ତରଫରୁ ଉକ୍ତ ଟ୍ରାନ୍ସଫର୍ମର ଚାରିପଟେ ଲୁହାବାଡା ବୁଲାଇବା ପାଇଁ ଟ୍ରାନ୍ସଫର୍ମର ଚତୁଃପାର୍ଶ୍ୱ ଖୋଳାଖୋଳି କରାଯାଇଥିଲା । କିନ୍ତୁ ସେହି କାମକୁ ସମ୍ପୂର୍ଣ୍ଣ ନକରି ବିଦୁ୍ୟତ୍ ବିଭାଗ ଏମିତି ମୁକୁଳା ଭାବେ ଛାଡି ଦେଇଛି । ଯାହା ବିଭାଗର ଏକ ବେପରୁଆ କାର୍ଯ୍ୟ ବୋଲି ଜଣାପଡୁଛି । ତେଣୁ ତୁରନ୍ତ ଉକ୍ତ ଟ୍ରାନ୍ସଫର୍ମର ଦ୍ୱୟକୁ ଲୁହା ବାଡା ଦ୍ୱରା ଆଚ୍ଛାଦିତ କରିବା ସହ ଟ୍ରାନ୍ସଫର୍ମର ଖୁଣ୍ଟଦ୍ୱୟରୁ ଅନାବନା ଲତାକୁ ସଫା କରିବା ପାଇଁ ଗ୍ରାମବାସୀ ବିଭାଗ ନିକଟରେ ଦାବି କରିଛନ୍ତି ।                        
 
 Rasmita Behera
                                    Rasmita Behera                                 
    
             
    
 
    
 
 
 
