ବିଡିଓଙ୍କ ମନମୁଖୀ କାର୍ଯ୍ୟ ଥାନାର ଦ୍ୱାରସ୍ଥ ହେଲା ବିଜେଡି 

 ଚାନ୍ଦବାଲି : ଚାନ୍ଦବାଲି ତହସିଲଦାର ତଥା ଭାରପ୍ରାପ୍ତ ବିଡିଓ ଭବତୋଷ ମଲ୍ଲିକଙ୍କ ନାମରେ ଚାନ୍ଦବାଲି ଥାନାରେ ଏତଲା କରିବା ସହିତ ବିଜେଡିର ସାମ୍ବାଦିକ ସମିଳନୀ ହୋଇଛି । ଅଭିଯୋଗ ମୁତାବକ ଚାନ୍ଦବାଲି ତହସିଲଦାର ଭବତୋଷ ମଲ୍ଲିକ ଦୁଇ ମାସରୁ ଊର୍ଦ୍ଧ୍ୱ ହେବ ଚାନ୍ଦବାଲି ବିଡିଓ ଚାର୍ଜରେ ରହିଛନ୍ତି । ୧୦ଲକ୍ଷରୁ ଊର୍ଦ୍ଧ୍ୱ ବ୍ଲକରେ ସିସିଟିଭି ଲଗାଇବା କାର୍ଯ୍ୟ କରିଚାଲିଛନ୍ତି । ଏହି କାର୍ଯ୍ୟ ପାଇଁ ଟଙ୍କା କେଉଁଠୁ ଓ କେମିତି ଆସିଲା ତାହା କାହାକୁ ଜଣା ନାହିଁ । ବ୍ଲକ୍ ଅଧ୍ୟକ୍ଷା  ବା ଉପାଧ୍ୟକ୍ଷ କାହାକୁ ବି ଏହି ବିଷୟରେ ଅବଗତ କରି ନାହାଁନ୍ତି ବିଡିଓ । ପୂର୍ବରୁ ଲାଗିଥିବା ସିସିଟିଭି ସମ୍ପୂର୍ଣ୍ଣ ସଚଳ ଥିବାବେଳେ ତାକୁ ବାହାର କରି ନୂତନ ଭାବେ ଏହି ସିସିଟିଭି ଲଗାଇବାକୁ ବିରୋଧ କରିଛନ୍ତି ବିଜେଡି  । ବିଡିଓଙ୍କ ମନମୁଖୀ କାର୍ଯ୍ୟ ତଥା ସରକାରୀ ଟଙ୍କାର ଦୁରୂପଯୋଗ ବିରୋଧରେ ବ୍ଲକ୍ ଅଧ୍ୟକ୍ଷା ମିନତୀ ସୁତାର ଚାନ୍ଦବାଲି ଥାନାରେ ଲିଖିତ ଅଭିଯୋଗ କରିବା ସହ ବିଡିଓଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି  । ଏହି ସାମ୍ବାଦିକ ସମ୍ମିଳନୀରେ ୧ନଂ ଜୋନ୍ ଜିଲ୍ଲାପରିଷଦ ପ୍ରିନ୍ସ ରାକେଶ ନାୟକ, ବ୍ଲକ୍ ଉପାଧ୍ୟକ୍ଷ ସରୋଜ ବଳ, ଅକ୍ଷୟ ନାୟକ, ଜିତେନ୍ଦ୍ର ବିଶ୍ୱାଳ, ଦିଲ୍ଲୀପ କୁମାର ରାଉତ, ପୁରସ୍ତମ ବାରିକ, ଚିତ୍ତ ରଞ୍ଜନ ସୁତାର ପ୍ରମୁଖ ଉପସ୍ଥିତ ଥିଲେ ।