ପ୍ରକୃତିବନ୍ଧୁ ରମାକାନ୍ତ ମହାନ୍ତ ସମ୍ବର୍ଦ୍ଧିତ
ାା ପ୍ରଭାନୁ୍ୟଜ ।ା ବେତନଟୀ: ପବିତ୍ର ଗୁରୁପୂର୍ଣ୍ଣିମା ଦିନ ବେତନଟୀ ସ୍ଥିତ ମହାରାଜା ପ୍ରତାପଚନ୍ଦ୍ର ଭଞ୍ଜଦେଓ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରତିଭା ପୂଜନ ଅନୁଷ୍ଠାନ ଆନୁକୂଲ୍ୟରେ ଅନୁଷ୍ଠିତ ତୃତୀୟ ବାର୍ଷିକ ପ୍ରତିଭା ସମ୍ବର୍ଦ୍ଧନା ଉତ୍ସବରେ ପ୍ରକୃତିବନ୍ଧୁ ଡକ୍ଟର ରମାକାନ୍ତ ମହାନ୍ତଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏହି ଉତ୍ସବରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ୨୧ଜଣ ପ୍ରତିଭାକୁ ସମ୍ବର୍ଦ୍ଧିତ କରାଯାଇଥିଲା । ତନ୍ମଧ୍ୟରେ ବେତନଟୀ ବ୍ଲକ ଅନ୍ତର୍ଗତ ମହୁଲିଆ ଗ୍ରାମର ସ୍ୱର୍ଗତ ବାଇଧର ମହାନ୍ତଙ୍କର ସୁପୁତ୍ର ଡକ୍ଟର ରମାକାନ୍ତ ମହାନ୍ତଙ୍କୁ ବିଶିଷ୍ଠ ପରିବେଶବିତ୍ ଭାବେ ସମ୍ମାନିତ କରାଯାଇଥିଲା । ମୟୂରଭଞ୍ଜ ଜିଲ୍ଲାର ଇକୋ କ୍ଲବର ଜିଲ୍ଲା ସଂଯୋଜକ ତଥା କୃଷ୍ଣଚନ୍ଦ୍ର ଶିକ୍ଷାନିକେତନର ବରିଷ୍ଠ ହିନ୍ଦୀ ଶିକ୍ଷକ ଭାବରେ କାର୍ଯ୍ୟରତ ଡକ୍ଟର ମହାନ୍ତ ଜଣେ ବହୁମୁଖୀ ପ୍ରତିଭାର ଅଧିକାରୀ । ତାଙ୍କ ଦ୍ୱାରା ରଚିତ ବେତାର ସଂଗୀତ ରୂପକ ନାଟକ ପରିବେଶ ସୁରକ୍ଷା ଜୀବନ ରକ୍ଷା, ଆସ ବୁଲିଯିବା ଶିମିଳିପାଳ, ସବୁଜ ଭବିଷ୍ୟତ, ଷ୍ଟପ୍ ଏଣ୍ଡ ଷ୍ଟାର୍ଟ ଏବଂ କବିତା ପୁସ୍ତିକା ପ୍ରକୃତିର ଦୁଷ୍ଟାଚାର, ଶିମିଳିପାଳରେ ଅପୂର୍ବ ଦୈବୀ ଶକ୍ତି, ଆମ ଶିମିଳିପାଳ ଏବଂ ପ୍ରକୃତି ଓ ପରିବେଶର ସୁରକ୍ଷା ନିମନ୍ତେ ସଚେତନତା ସୃଷ୍ଟି ପାଇଁ ଶହଶହ ପରିବେଶ ସଂଗୀତର ରଚୟିତା ଡକ୍ଟର ମହାନ୍ତଙ୍କୁ ମୁଖ୍ୟଅତିଥି ସମାଜ ସମ୍ପାଦକ ଡ଼କ୍ଟର ପ୍ରଭାସଚନ୍ଦ୍ର ଆଚାର୍ଯ୍ୟ ପୁଷ୍ପଗୁଚ୍ଛ, ଉପଢୌକନ, ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପ୍ରତିଭା ପୂଜନ ଅନୁଷ୍ଠାନର ମୁଖ୍ୟଟ୍ରଷ୍ଟି ସଚ୍ଚିଦାନନ୍ଦ ମହାନ୍ତି, ସମ୍ମାନିତ ଅତିଥି ଭାବରେ ପ୍ରାକ୍ତନ ସାଂସଦ ବୀରଭଦ୍ର ସିଂହ, ମୁଖ୍ୟବକ୍ତା ଭାବରେ ଓଡିଶା ସାହିତ୍ୟ ଏକାଡେମୀର ପ୍ରାକ୍ତନ ସଦସ୍ୟ ତଥା ବେତନଟୀ ମହାବିଦ୍ୟାଳୟର ପ୍ରାକ୍ତନ ଅଧକ୍ଷ ଡ଼କ୍ଟର ରମାକାନ୍ତ ସିଂହ, ଡିକେ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ଼କ୍ଟର ବିପିନ ବିହାରୀ ବିଶ୍ୱାଳ, କବି ସଙ୍ଗମର ସଭାପତି ଆଶୁକବି ବାସୁଦେବ ନାପିତ, ସମୟ ଚକ୍ରର ସମ୍ପାଦକ ସର୍ବେଶ୍ୱର ଜେନା, ପ୍ରଧାନଶିକ୍ଷକ ଅର୍ଜୁନ ସିଂହ, ରତିକାନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।