ବିଦୁ୍ୟତ ଫାଶରେ କୃଷ୍ଣସାର ମୃତ
ବୁଗୁଡ଼ା : ବୁଗୁଡ଼ା ବନାଞ୍ଚଳ ପଞ୍ଚଭୂତି ଫରେଷ୍ଟ ବିଟ୍ରେ ବିଦୁ୍ୟତ ଫାସରେ ପଡି ଏକ କୃଷ୍ଣସାର ମୃଗର ମୃତୁ୍ୟ ଘଟଣାରେ ଏହି ଫରେଷ୍ଟ ବିଟ୍ର ମହିଳା ଫରେଷ୍ଟର ପଲ୍ଲବୀ ନନ୍ଦଙ୍କୁ ନିଲମ୍ବନ କରାଯାଇଛି । ବିଭଗୀୟ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ ଦେବାରେ ଅହେତୁକ ବିଳମ୍ବ ଯୋଗୁ ତାଙ୍କୁ ନିଲମ୍ବନ କରାଯାଇଥିବା ଘୁମୁସର ଦକ୍ଷିଣ ବନଖଣ୍ଡ ଏସିଏଫ ପ୍ରଦୀପ ବେହେରା ସୂଚନା ଦେଇଛନ୍ତି । ଗତ ୭ରେ ପଞ୍ଚଭୂତି ଫରେଷ୍ଟ ବିଟ୍ ଅନ୍ତର୍ଗତ ଯାତ୍ରା କୁମୁଟି ନିକଟ ଦିହୁଡି ବଞ୍ଜର କାଜୁ ଜଙ୍ଗଲରେ ବିଦୁ୍ୟତ ଫାସରେ ପଡି ଏକ କୃଷ୍ଣସାର ମୃଗର ମୃତୁ୍ୟ ଘଟିଥିଲା । ଫରେଷ୍ଟର ପଲ୍ଲବୀ ନନ୍ଦ ୭ ତାରିଖ ରାତିରେ ହିଁ ଖବର ପାଇଥିଲେ ଏବଂ ୮ ତାରିଖ ସକାଳେ ମୃତଦେହ ଉଦ୍ଧାର କରି ପଞ୍ଚଭୂତି କାର୍ଯ୍ୟାଳୟକୁ ଆଣିଥିଲେ । କିନ୍ତୁ ବିଭାଗୀୟ ଅଧିକାରୀଙ୍କୁ ଏ ସମ୍ପର୍କରେ ନ ଜଣାଇ କାର୍ଯ୍ୟାଳୟ ପରିସରରେ ପୋତି ଦେଇଥିଲେ । ଘଟଣା ଦିନ ହୁକିଂ ତାର ହଟାଇବାକୁ ଯାଇଥିବା ବିଦୁ୍ୟତ କର୍ମଚାରୀ ମୃତ କୃଷ୍ଣସାର ମୃଗର ଉଠାଇ ଥିବା ଫୋଟ ଭାଇରାଲ ହେଲା ପରେ କର୍ତ୍ତୃପକ୍ଷଙ୍କ ଦୃଷ୍ଟିଗୋଚର ହୋଇଥିଲା । ତନାଘନା ପରେ ସମ୍ପୃକ୍ତ ଫରେଷ୍ଟର ଭୁଲ ସ୍ୱୀକାର କରିଥିଲେ ଏବଂ ୯ରେ ମୃତ କୃଷ୍ଣସାର ମୃଗର ବ୍ୟବଛେଦ ହୋଇଥିଲା । ଦାୟିତ୍ୱରେ ଅବହେଳା ଅଭିଯୋଗରେ ଫରେଷ୍ଟରଙ୍କୁ ନିଲମ୍ବନ କରାଯାଇଥିବା ଜଣାପଡ଼ିଛି ।