ବିଦ୍ୟାଳୟ  ପରିଚାଳନା କମିଟି ଗଠିତ

ନୂଆପଡା : ରାଜ୍ୟ ସରକାରଙ୍କ ନିଦେ୍ର୍ଦଶକ୍ରମେ ସମସ୍ତ ପ୍ରାଥମିକ ବିଦ୍ୟାଳୟ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟମାନଙ୍କରେ ବିଦ୍ୟାଳୟ ପରିଚାଳନା କମିଟି ଗଠନ ହେଉଛି ।  ଖଡ଼ିଆଳ ବ୍ଲକ ବରଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଲକ୍ଷ୍ମୀପୁର ଠାରେ ବିଦ୍ୟାଳୟ ପରିଚାଳନା କମିଟି ଗଠିତ ହୋଇଯାଇଛି । କମିଟିର ଚେରମେନ ଭାବେ ଶିକ୍ଷାବିତ୍ ପରମେଶ୍ୱର ବାରିକଙ୍କୁ ସର୍ବସମ୍ମତି କ୍ରମେ ଚୟନ କରାଯାଇଥିଲା । ପରେ ବିଦ୍ୟାଳୟ ପରିଚାଳନା ପାଇଁ ୧୮ ଜଣ ସଦସ୍ୟ ଚୟନ କରାଯାଇଥିଲା । ବୈଠକରେ ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ବାରିକ ଅଧ୍ୟକ୍ଷତା କରିଥିବାବେଳେ ସହ ଶିକ୍ଷୟତ୍ରୀ ଗିତାଞ୍ଜଳି ଚଳାନ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ୱାର୍ଡ ମେମ୍ବର ଶଶିକଳା ମାଝୀ, ଶିକ୍ଷାବିତ ଭଜନଲାଲ ରାଉତ, ଗିତାଞ୍ଜଳି ବିଶି, ନିଳେନ୍ଦ୍ରୀ ମାଝୀ, ରଜନିରାନୀ ରାଉତ, କୌଶଲ୍ୟା ବାରିକ, ପୁଷ୍ପାଞ୍ଜଳି ବାରିକ, ବିଶାଳ ରାଉତ, ସହଦେବ ମାଝୀ, ରାମଚନ୍ଦ୍ର ରାଉତ ସମେତ ନୂତନ ପରିଚାଳନା କମିଟିର ସମସ୍ତ ସଦସ୍ୟ ସଦସ୍ୟା ଓ ଅଭିଭାବକ ଅଭିଭାବିକା ସହିତ ନିମନ୍ତ୍ରିତ ହୋଇଥିବା ଗ୍ରାମବାସୀ ଉପସ୍ଥିତ ଥିଲେ ।