ଗୋବର୍ଦ୍ଧନ ନୂତନ ଜିଲ୍ଲା ଆଇଆଣ୍ଡପିଆର୍ ଅଧିକାରୀ

ନୀଳଗିରି  : ନୀଳଗିରି ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଗୋବର୍ଦ୍ଧନ ବିଶ୍ୱାଳ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ବିଦାୟୀ ସୂଚନା ଲୋକ ସମ୍ପର୍କ ଅଧିକାରୀ ଐଶୂର୍ଯ୍ୟ ସାମନ୍ତଙ୍କ ଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି ।ସୂଚନାଯୋଗ୍ୟ, ସେ ଦୀର୍ଘ ଦିନ ଧରି ନୀଳଗିରି ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭାବେ କାର୍ଯ୍ୟ ଭାର ସମ୍ଭାଳି ଥିଲେ । ତୃତୀୟ ଶ୍ରୀକ୍ଷେତ୍ର ଭାବେ ବେଶ୍ ଜଣଶୁଣା ନୀଳଗିରିର ରଥଯାତ୍ରା, ସ୍ୱାଧୀନତା ଦିବସ , ଗଣତନ୍ତ୍ର ଦିବସ ଏବଂ ବିଭିନ୍ନ ସରକାରୀ ଉସôବକୁ ଦକ୍ଷତାର ସହ ପରିଚାଳନା କରିଥିବା ଦେଖାଯାଇଛି । ଏବେ ନୀଳଗିରି ଦାୟିତ୍ୱ ସହିତ  ନୂତନ ଭାବେ ଜିଲ୍ଲାସ୍ତରରେ ଦାୟିତ୍ୱ ଗ୍ରହଣ କରିଥିବାରୁ ବହୁ ସାମ୍ବାଦିକ ବନ୍ଧୁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।